ବିଶ୍ବ ବିଜୟୀ!

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

କୁହାଯାଏ ଯେ ଦିଗ୍‌ବିଜୟୀ ସିକନ୍ଦର ଯେତେବେଳେ ଭିକ୍ଷୁକ ଭଳି ଜୀବନଯାପନ କରୁଥିବା ପ୍ରସିଦ୍ଧ ଗ୍ରୀକ୍‌ ଦାର୍ଶନିକ ଡିଓଜିନସଙ୍କୁ ଦେଖା କରିବାକୁ ଯାଇ ନିଜର ସ୍ପର୍ଦ୍ଧାସୂଚକ ପରିଚୟ ଦେଇଥିଲେ ସେତିକିବେଳେ ଡିଓଜିନସ କୁଆଡ଼େ କହିଥିଲେ- ହଉ ହେଲା, ଏବେ ଟିକିଏ ଘୁଞ୍ଚ। ମୁଁ ଖରା ପୋଇଁ ହେଉଛି! ତୁମେ ମୋତେ ଛାଇ କରୁଛ!

ଏହି ଭଳି ଜଣେ ବ୍ୟକ୍ତିତ୍ବ ଥିଲେ ଡିଓଜିନସ। ଏକ ମାତ୍ର ତାଙ୍କୁ ହିଁ ପ୍ରବଳ ପରାକ୍ରମୀ ସିକନ୍ଦର ଭୟ କରୁଥିଲେ। କାରଣ ସେ ବିନା ଦ୍ବିଧାରେ ନିଜ ମନ କଥା କହୁଥିଲେ ଯାହା ସିକନ୍ଦରଙ୍କ ଅହଂକାରକୁ ପରସ୍ତ ପରସ୍ତ କରି ଓହ୍ଲାଇ ଦେଉଥିଲା।

ସେମିତି ଥରେ ସିକନ୍ଦର କହିଲେ- ତୁମେ ମୋତେ ଭୟ କରନାହିଁ ଡିଓଜିନସ?

ଡିଓଜିନସ କହିଲେ- ଦାସକୁ କି ଭୟ?

ସିକନ୍ଦର କହିଲେ- ଦାସ? ମୁଁ ଦାସ ନୁହେଁ, ବିଶ୍ବବିଜୟୀ।

ଡିଓଜିନସ ହସିଲେ ଓ କହିଲେ- ତୁମେ ତ ତୁମ ନିଜ ମନର ମାଲିକ ହୋଇପାରିଲ ନାହିଁ? ମନ ଯାହା କହିଲା ତାହା କଲ, ପୁଣି ବିଶ୍ବବିଜୟୀ କହି ଗର୍ବ କରୁଛ?

ସିକନ୍ଦର ମୁଣ୍ଡ ପୋତିଲେ।

ଡିଓଜିନସ କହିଲେ- ତୁମେ ଯେତେବେଳେ କହୁଛ ମୋ ମନ ଯାହା ମୁଁ ତାହା କରିବି, ସେତିକିବେଳେ ତୁମେ ଟିକିଏ ଭାବି ଦେଖ ପ୍ରକୃତ ମାଲିକ କିଏ? ତୁମେ ନା ତୁମର ମନ? ତୁମେ ବିଶ୍ବବିଜୟୀ ହେଲ କାହିଁକି? ତୁମ ମନ କହିଲା ବୋଲି ତ? ଯାହାର ନିଜ ମନ ଉପରେ ପ୍ରଭୁତ୍ବ ନାହିଁ ସେ ବିଶ୍ବବିଜୟୀ ହେବ କେମିତି?

ସିକନ୍ଦର ନିରବରେ ଫେରି ଆସିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe