ରହସ୍ୟ ଭେଦ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦରବାରକୁ ଆସିଥିବା ଜଣେ ଫକିରଙ୍କ ପ୍ରଜ୍ଞା ଓ ଜ୍ଞାନ ଦେଖି ରାଜା ତଟସ୍ଥ ହେଲେ ଏବଂ କହିଲେ- ମହାନୁଭବ, ଆପଣଙ୍କ ଭଳି ଜଣେ ବ୍ୟକ୍ତି ଛିଣ୍ଡା ଲୁଗା ଓ ଭିକ୍ଷା‌ପାତ୍ର ଛାଡ଼ି ମୋର ମହାମନ୍ତ୍ରୀ ହେବାକୁ ଯୋଗ୍ୟ। ଫକିର କିଛି କହିଲେ ନାହିଁ ଏବଂ ସେଇ ମୁହୂର୍ତ୍ତରୁ ମହାମନ୍ତ୍ରୀରେ ପରିଣତ ହେଲେ। କିନ୍ତୁ ତାଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ହେବାକୁ ଲାଗିଲା। କାରଣ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ପୂର୍ବରୁ ବା କୌଣସି ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ସେ ଗୋଟିଏ ପ୍ରକୋଷ୍ଠ ଭିତରେ ପଶି ଭିତରୁ କବାଟ କିଳି କିଛି ସମୟ କାଟିବା ପରେ ବାହାରୁଥିଲେ। ଏବଂ ସେଇ ଘରକୁ ସର୍ବଦା ତାଲା ପକାଇ ଚାବି ନିଜ ପାଖରେ ରଖୁଥିଲେ।

ତାଙ୍କର ଏତାଦୃଶ ଆଚରଣ ବିଭିନ୍ନ ପ୍ରକାର ଗୁଜବକୁ ସୃଷ୍ଟି କଲା। କିଛି ଅମାତ୍ୟ ରାଜାଙ୍କୁ କହିଲେ- ଏହାଙ୍କ ଆଚରଣ କିଛି ରହସ୍ୟମୟ ଲାଗୁଛି। ତାଙ୍କର ଏଭଳି ବ୍ୟବହାର ବିଷୟରେ ଆପଣ ପ୍ରଶ୍ନ କରନ୍ତୁ।

ରାଜା ଏହା ଶୁଣି ମହାମନ୍ତ୍ରୀଙ୍କୁ ତାଙ୍କର ଏଭଳି ବ୍ୟବହାର ବିଷୟରେ ପ୍ରଶ୍ନ କଲେ। ମହାମନ୍ତ୍ରୀ ଏହାର ରହସ୍ୟ ଭେଦ କରି କହିଲେ- ମହାରାଜ, କୌଣସି ନିଷ୍ପତ୍ତି ନେବା ପୂର୍ବରୁ ମୁଁ ମୋ ପୁରୁଣା ଫକିର ବେଶରେ ଭିକ୍ଷାପାତ୍ରଟି ଧରି ନିରବରେ ବସି ରହେ। ରାଜକୀୟତା ଦ୍ବାରା ଭ୍ରଷ୍ଟ ହୋଇଥିବା ମୋ ବିଚାରବୁଦ୍ଧି ଏହା ଫଳରେ ପୁଣି ମୋ ପାଖକୁ ଫେରିଆସେ। ମୁଁ ସ୍ଥିର ଚିତ୍ତରେ ନିଷ୍ପତ୍ତି ନେଇପାରେ। ଆପଣ ଏବେ ମୋର ଏହି ପ୍ରକୋଷ୍ଠ ମଧ୍ୟକୁ ଦେଖନ୍ତୁ।

ମନ୍ତ୍ରୀ ପ୍ରକୋଷ୍ଠକୁ ଖୋଲିବାରୁ ଦେଖାଗଲା ‌େଯ ତା’ ଭିତରେ ତାଙ୍କ ଭିକ୍ଷା ପାତ୍ର ଓ ପୋଷାକ ଛଡ଼ା ଆଉ କିଛି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe