ରାଜା ଓ ଶୁଆ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଅହ˚କାରୀ ରାଜା ଥିଲେ। ତାଙ୍କ ଦରବାରକୁ ଆସିଲେ ଜଣେ ସାଧୁ। ସେ ଆଣିଥିଲେ ଗୋଟିଏ ଚମତ୍କାର ରଙ୍ଗିନ ଶୁଆ, ଯିଏ ଗୋଟିଏ ପଞ୍ଜୁରିରେ ଥିଲା। ରାଜା ତାଙ୍କ ଜୀବନରେ କେବେ ବି ଏମିତି ସୁନ୍ଦର ଶୁଆ ଦେଖି ନ ଥିଲେ। ସାଧୁ ରାଜାଙ୍କୁ ଶୁଆଟିକୁ ଉପହାର ଭାବେ ଦେଇ କହିଲେ- ମହାରାଜ, ଏଇ ଶୁଆଟି ଆପଣଙ୍କ ସହିତ ସଦା ବେଳେ ରହିବ, ସୁନ୍ଦର ଗୀତ ଗାଇ ଆପଣଙ୍କ ମନ ମୋହିବ। କିନ୍ତୁ କଥା ଭାବେ ସେ ଆପଣଙ୍କୁ ବାରମ୍ବାର ଗୋଟିଏ କଥା କହିବ। କାରଣ ସେ କେବଳ ତାହା ହିଁ ଶିଖିଛି। ସେ କଥାଟି ହେଉଛି ଗୋଟିଏ ପ୍ରଶ୍ନ। ବାରମ୍ବାର ସେଇ ଗୋଟିଏ ପ୍ରଶ୍ନ ଆପଣଙ୍କୁ ବିରକ୍ତ କରିପାରେ। କିନ୍ତୁ ଆପଣ ଧୈର୍ଯ୍ୟ ଧରି ଶୁଆର ପ୍ରଶ୍ନର କିଛି ଗୋଟାଏ ଉତ୍ତର ଦେବାକୁ ଚେଷ୍ଟା କରିବେ। ଯଦି ତାହା ନ କରି ଆପଣ ବିରକ୍ତ ହେବେ ତେବେ ତାର ହୃଦ୍‌କ୍ରିୟା ବନ୍ଦ ହୋଇଯିବ, ସେ ମରିଯିବ।

ରାଜା ଶୁଆଟି ଦ୍ବାରା ସ˚ପୂର୍ଣ୍ଣ ବିମୋହିତ ହୋଇଯାଇଥିଲେ। ଶୁଆଟି ଅନେକ ସମୟରେ ଗୀତ ଗାଇ ରାଜାଙ୍କୁ ଖୁସି କରୁଥିଲା। କିନ୍ତୁ ମଝିରେ ମଝିରେ ଅଟକି ଯାଇ ପଚାରିଲା- ତୁମେ କିଏ? ତୁମେ କିଏ?

ଏହାର ଉତ୍ତରରେ ରାଜା ନିଜ ପରିଚୟ, ବ˚ଶ ଗରିମା, ପ୍ରତିପତ୍ତି, ପ୍ରଭାବ, ସମ୍ମାନ, ଭୂଷଣ ଆଦି ବିଷୟରେ କହିବା ପରେ ଏମିତି ସମୟ ଆସିଲା, ଯେତେବେଳେ ସବୁ ଉତ୍ତର ସରିଗଲା। ଏଥର ରାଜା ନିରୁତ୍ତର ରହିଲେ ଓ ଉତ୍ତର ପାଇଁ ବହୁତ କିଛି ଭାବିଲେ। ସତରେ ସେ କିଏ?

ମାତ୍ର ଦଶ ବାରଟି ପ୍ରଶ୍ନରେ ତାଙ୍କ ପରିଚୟ, ରାଜପଣ ଓ ବଡ଼ିମାର ଗାଥା ସରିଗଲା। ଏବେ ସେ କିଏ? ରାଜା ପ୍ରଥମେ ବିଚଳିତ ହୋଇ ଉଠିଲେ। କ୍ରମେ ଏହାର ଉତ୍ତର ଖୋଜାରେ ତାଙ୍କ ଅହ˚କାର ବି ଉଭେଇଗଲା। ରାଜାଙ୍କ ଚୈତନ୍ୟ ଉଦୟ ହେବାରେ ଲାଗିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe