ଅମୂଲ୍ୟ ସ˚ପଦ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇଟି ଗଧ ପିଲା ଦିନେ ପାଖାପାଖି ବଢିଥିଲେ, କିନ୍ତୁ ଘଟଣାଚକ୍ରରେ ସେମାନେ ଦୁଇ ଜଣ ଧୋବାଙ୍କ ଘରକୁ ଗଲେ। ଧୋବା ଦ୍ବୟ ସେମାନଙ୍କ ପୋଷା ଗଧ ଗୁନିକୁ ଭାରି ଭଲ ପାଉଥିଲେ। କିନ୍ତୁ ତଫାତଟି ହେଲା ଜଣେ ଧୋବା ବେଶ୍‌ ଭଲ ରୋଜଗାର କରୁଥିବା ବେଳେ ଅନ୍ୟ ଧୋବା ଥିଲେ ଗରିବ। ତେଣୁ ଦିନେ ଦିନେ ଗରିବ ଧୋବାଙ୍କ ଗଧ ଠିକ୍ ଭାବେ ଖାଇବାକୁ ପାଉ ନ ଥିଲା।

ଦିନକର କଥା। ଦୈବାତ୍‌ ଦୁଇ ଗଧଙ୍କ ଭିତରେ ଭେଟ ହୋଇଗଲା। କହିବା ବାହୁଲ୍ୟ ଯେ ଇତିମଧୢରେ ଗୋଟିଏ ଗଧ ଡଉଲଡାଉଲ ହୋଇଯାଇଥିବା ବେଳେ ଅନ୍ୟ ଗଧଟି ଦୁର୍ବଳିଆ ଦିଶୁଥିଲା। ଗଧ ଦୁହେଁ ପରସ୍ପରକୁ ଭେଟି ବେଶ୍‌ ଖୁସି ହେଲେ। ଡଉଲଡାଉଲ ଗଧଟି ପ୍ରସ୍ତାବ ଦେଲା ଯେ ଦୁର୍ବଳିଆ ଗଧଟି ତା’ ମାଲିକ ପାଖକୁ ଚାଲିଆସୁ। ତା’ ମାଲିକ ଭାରି ଭଲ। ବହୁତ ପଇସାବାଲା। ସେ ଭଲରେ ରହିବ। ତା ମାଲିକ କେବଳ କାମରେ ମତଲବ ରଖନ୍ତି। ଯଦି ଗଧ ମନ ଦେଇ କାମ କଲା, ତେବେ ତାର ସବୁ ଯତ୍ନ ସେ ନେବେ। ତାର ସୁଦିନ ଆସିଯିବ।
ଦୁର୍ବଳିଆ ଗଧ କହିଲା- ତୁମେ ଯାହା କହୁଛ ସବୁ ସତ। ମୋ ମାଲିକ ଗରିବ। ସେ ବି ମୋତେ ବହୁତ ଭଲ ପାଆନ୍ତି। କିନ୍ତୁ ଏବେ ଲାଗୁଛି ତୁମ ମାଲିକ ତୁମକୁ ଯେତେ ସ୍ନେହ କରନ୍ତି ମୋ ମାଲିକ ମୋତେ ତା ଠାରୁ ଅଧିକ ଭଲ ପାଆନ୍ତି।

ଏହା ଶୁଣି ଡଉଲଡାଉଲ ଗଧ ପଚାରିଲା- ଏମିତି କହିପାରୁଛ କେମିତି?

ଦୁର୍ବଳିଆ ଗଧ କହିଲା- ମୋ ମାଲିକଙ୍କ ସ୍ନେହ ଅଦ୍ଭୁତ। ସେ ତା ଲାଗି କୌଣସି ସର୍ତ୍ତ ରଖନ୍ତି ନାହିଁ। ମୋର ଇଚ୍ଛା ନ ଥିଲେ ମୁଁ କାମ କରିବାକୁ ଅମଙ୍ଗ ହୁଏ। ସେ କିନ୍ତୁ କିଛି କହନ୍ତି ନାହିଁ କି ବିରକ୍ତ ହୁଅନ୍ତି ନାହିଁ। ସେ ମୋତେ ସେହି ସ୍ବାଧୀନତା ଦେଇଛନ୍ତି। ତାହା ତ ଏକ ଅମୂଲ୍ୟ ସ˚ପଦ। ତାକୁ ଛାଡ଼ି ତୁମ ମାଲିକଙ୍କ ପାଖକୁ ଯିବି କାହିଁକି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe