ଜେଜେଙ୍କ କଥା

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜେଜେବାପା ସଦା ବେଳେ ନାତିକୁ କହନ୍ତି- ଖୁସିରେ ରହ। ନାତି ବଡ଼ ହେଲା, ମଧୢ ବୟସ୍କରେ ପରିଣତ ହେଲା। ସ˚ସାରର ଜଞ୍ଜାଳରେ ପଶିଲା। ଜେଜେବାପା ସେତେବେଳକୁ ଅତି ବୃଦ୍ଧ। ତଥାପି ସେ ଯେତେବେଳେ ନାତି ସହିତ କଥା ହୁଅନ୍ତି, କହନ୍ତି- ଖୁସିରେ ରହ।

ଦିନେ ନାତି ଜେଜେବାପାଙ୍କୁ କହିଲା- ଜୀବନରେ କେତେ ଜଞ୍ଜାଳ, ଝି˚ଝଟ ଓ କଷ୍ଟ। କେତେ ଭୁଲଭଟକା ସବୁ ହୋଇଯାଉଛି। କେତେ ପଶ୍ଚାତ୍ତାପରେ ସମୟ ଯାଉଛି। ଅଥଚ, ତୁମେ ସବୁ ବେଳେ ଗୋଟିଏ କଥା କହୁଛ- ଖୁସିରେ ରହ।

ଜେଜେବାପା ଏଥର ଚଉକିରୁ ଉଠି ଛିଡ଼ା ହେଲେ ଏବ˚ ନାତିକୁ ଡାକି ନେଲେ ତାଙ୍କ ପଢ଼ା ଘରକୁ। ପଢ଼ା ଘରେ ଧାଡ଼ି ଧାଡ଼ି ହୋଇ ରହିଥିବା ବହି ଭିତରୁ ସେ ଗୋଟିଏ ବହି ବାହାର କଲେ। ସେ କହିଲେ- ବୁଝିଲୁ ପୁଅ, ଏ ପୁସ୍ତକର ନାମ ହେଉଛି ତାଲମୁଦ, ହିବ୍ର୍ୟୁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ। ସେଥିରେ ଦୁଇ ଧାଡ଼ି କଥା ରହିଛି ଯାହାକୁ ମୁଁ ମନ୍ତ୍ର ଭଳି ମାନିଥାଏ। ତାହା ହେଲା- ତୁମେ ଯେତେବେଳେ ପରଲୋକରେ ଈଶ୍ବରଙ୍କ ସମକ୍ଷରେ ପହଞ୍ଚିବ, ସେ ପଚାରିବେ ନାହିଁ ଯେ ତୁମେ ପୃଥିବୀରେ ଥିବା ବେଳେ କ’ଣ କ’ଣ ପୁଣ୍ୟ ବା ପାପ କରିଛ? ସେ କେବଳ ଏତିକି ପଚାରିବେ ଯେ ତୁମେ ପୃଥିବୀରେ ଥିବା ବେଳେ ଆନନ୍ଦ ଲାଭ କରିବା ଲାଗି ତୁମକୁ ଅଜସ୍ର କ୍ଷଣ, ଅଜସ୍ର ସୁଯୋଗ ଦେଲି, ତୁମେ କେତେ ନଷ୍ଟ କରିଛ!

ଏବେ ନାତିର ହାତକୁ ଧରି ଜେଜେ କହିଲେ- ବାବୁ, ସକାଳୁ ରାତି ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ କେତେ କେତେ ଆନନ୍ଦ ଲାଭ କରିବାର କ୍ଷଣ ମିଳେ, ତାହା ଗଣିବା ମୁସ୍କିଲ। କିନ୍ତୁ ଆମର ଦୁର୍ଭାଗ୍ୟ ଆମେ ସେସବୁକୁ ହାତଛଡ଼ା କରିଦେଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe