ଉଲ୍‌ଫ ମେସିଙ୍ଗ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଉଲ୍‌ଫ ମେସିଙ୍ଗ(୧୮୯୯ରୁ ୧୯୭୪) ଥିଲେ ଜଣେ ଅଭୂତପୂର୍ବ ଆଧିଭୌତିକ ଶକ୍ତିର ଅଧିକାରୀ। ତାଙ୍କ ଜୀବନ କାଳରେ ଏହି ଜର୍ମାନ ବ୍ୟକ୍ତି ପାଇଥିଲେ ଅସମ୍ଭବ ପ୍ରସିଦ୍ଧି। ତାଙ୍କ ଆଧିଭୌତିକ ଶକ୍ତିକୁ ବିଶ୍ବାସ ନ କରି ତତ୍କାଳୀନ ରୁଷିଆର ଏକଛତ୍ରବାଦୀ ଶାସକ ଷ୍ଟାଲିନ ତାଙ୍କର ଏକାଧିକ ଅତ୍ୟନ୍ତ ଅସାଧ୍ୟ ମନେ ହେଉଥିବା ପରୀକ୍ଷା ନେଇଥିଲେ ଯହିଁରେ ମେସିଙ୍ଗ ସଫଳ ହୋଇଥିଲେ। ତାଙ୍କ ଆତ୍ମଜୀବନୀରେ ତାଙ୍କ ଆଦ୍ୟ ତାରୁଣ୍ୟର ଏକ ଘଟଣା ପଢ଼ିବାକୁ ମିଳେ।

ସେହି ଦିନ ତରୁଣ ମେସିଙ୍ଗ ଏକ ରେଳରେ ଯାତ୍ରା କରୁଥାଆନ୍ତି। ଦାରିଦ୍ର୍ୟ ହେତୁ ଟିକେଟ୍‌ କାଟିବା ଲାଗି ମଧ୍ୟ ତାଙ୍କ ପାଖରେ ପଇସା ନ ଥାଏ। ଏହି ସମୟରେ ପ୍ରବେଶ କଲେ ଟିକେଟ୍‌ ନିରୀକ୍ଷକ। ଧରାପଡ଼ିଯିବାର ଭୟରେ ଆତୁର ମେସିଙ୍ଗ ସିଟ୍‌ ତଳେ ପଶିଗଲେ ସିନା ଟିକେଟ୍‌ ନିରୀକ୍ଷକ ତାହା ଦେଖି ପାରିଥିଲେ। ସେ ଧୀର ପଦକ୍ଷେପରେ ତାଙ୍କ ନିକଟକୁ ଆସି ଶୀତଳ କଣ୍ଠରେ କହିଲେ- ୟଙ୍ଗ ମ୍ୟାନ୍‌, ତୁମ ଟିକେଟ୍‌?

ଭୟରେ ମେସିଙ୍ଗଙ୍କ ତଣ୍ଟି ଶୁଖିଗଲା। ଅଗତ୍ୟା ସେ ପାଖରେ ପଡ଼ିଥିବା ଏକ କାଗଜ ଟୁକୁଡ଼ା ଉଠାଇ ଆଣି ଟିକେଟ୍‌ ନିରୀକ୍ଷକଙ୍କ ହାତକୁ ବଢ଼ାଇ ଦେଇ ଆଖି ବୁଜି କହିଲେ- ପରମେଶ୍ବର ମୋତେ ରକ୍ଷା କର। ଏହା ଏକ ଟିକେଟ୍‌ ରୂପେ ଦେଖାଯାଆନ୍ତା କି?

ପର କ୍ଷଣରେ ସେ ଯାହା ଶୁଣିଲେ ତାହା ବିଶ୍ବାସ କରିପାରିଲେ ନାହିଁ। ଟିକେଟ୍‌ ନିରୀକ୍ଷକ କହିଲେ- ତୁମ ପାଖରେ ଟିକେଟ୍‌ ଥିବା ସତ୍ତ୍ବେ ତୁମେ ସିଟ୍‌ ତଳେ ପଶିଛ କାହିଁକି?

ଏହି ଘଟଣା ମେସିଙ୍ଗଙ୍କ ଜୀବନକୁ ବଦଳାଇ ଦେଇଥିଲା। ନିଜର କେନ୍ଦ୍ରୀଭୂତ ଭାବନାର ଶକ୍ତି ଦ୍ବାରା ଯେ ଅନ୍ୟର ଧାରଣାକୁ ବଦଳାଇ ଦେଇ ହୋଇପାରେ, ଏଭଳି ଏକ ଇଙ୍ଗିତ ସେ ସେହି ଘଟଣାରୁ ପାଇଲେ। ପରବର୍ତ୍ତୀ କାଳରେ ସେ ଏହାର ଅନେକ ନିଦର୍ଶନ ସୃଷ୍ଟି କରି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe