ଫିରୋଜ ଠିକ୍ କହିଥିଲେ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ପାରସ୍ୟର ସମ୍ରାଟ ଅଲଫତେ ଶା’ ଥିଲେ ଜଣେ ଅତି ଶକ୍ତିଶାଳୀ, ଉଦ୍ଧତ, ଅହ˚କାରୀ ଓ ଅତ୍ୟାଚାରୀ ରାଜା। ସେ ସବୁ ବେଳେ ଜୋର‌୍‌ ଯାର ମୁଲକ ତାର ନୀତି ଉପରେ ବିଶ୍ବାସ କରୁଥିଲେ। ପଡ଼ୋଶୀ ରାଜ୍ୟଗୁଡ଼ିକ ଉପରେ ଆକ୍ରମଣ କରି ଅତ୍ୟାଚାର ଓ ଲୁଣ୍ଠନ କରୁଥିଲେ ଓ ଅତି ବିଳାସମୟ ଜୀବନ ଜିଉଥିଲେ।

ଦିନକର କଥା। ସୁଫି ସନ୍ଥ ଫିରୋଜ ଅଲଫତେ ଶା’ଙ୍କ ଦରବାରରେ ପହଞ୍ଚିଲେ। ସେ ରାଜାଙ୍କୁ କହିଲେ- ରାଜା, ଆପଣଙ୍କ ଜୀବନରେ ବହୁତ ଦୁଃଖ ଭୋଗିବାର ଅଛି। ତେଣୁ ପ୍ରସ୍ତୁତ ରହନ୍ତୁ।

ରାଜା ପଚାରିଲେ- ଦୁଃଖ କଅଣ? ମୁଁ କଅଣ ଯୁଦ୍ଧରେ ହାରିଯିବି ନା ଶତ୍ରୁ ହାତରେ ମରିବି ନା ଦରିଦ୍ର ହୋଇଯିବି?

ଫିରୋଜ କହିଲେ- ନା, ଏ ସବୁଥିରୁ କୌଣସିଟି ହେବନାହିଁ। କିନ୍ତୁ ତୁମେ ଭାରି କଷ୍ଟ ଭୋଗିବ। ରାଜା ଅଟ୍ଟହାସ୍ୟ କଲେ। ତା ପରେ ଫିରୋଜ ସେଠାରୁ ଚାଲିଗଲେ। ଅଲଫତେ ଶା’ ନିଜର କାର୍ଯ୍ୟକଳାପ ସେମିତି ଜାରି ରଖିଲେ।

ଦିନେ ଅଲଫତେ ଶା’ଙ୍କ ଏକମାତ୍ର ଅଲିଅଳ ପୁତ୍ର ଶିକ୍ଷା ସମାପ୍ତ କରି ରାଜଧାନୀକୁ ଫେରିଲା। ରାଜା ଖୁସିରେ ନାଚି ଉଠିଲେ। ସାରା ରାଜଧାନୀ ଉତ୍ସବମୁଖର ହେଲା। ରାଜା ଭାବିଲେ ଏଣିକି ଯୁବରାଜ ରାଜ୍ୟ ସମ୍ଭାଳିବେ। କିନ୍ତୁ କିଛି ଦିନ ଭିତରେ ଅଲଫତେ ଶା’ ବିଚଳିତ ହୋଇ ଉଠିଲେ। କାରଣ ସେ ଦେଖିଲେ ଯେ ଯୁବରାଜ ଠିକ ତାଙ୍କର ବିପରୀତ। ଯୁବରାଜ ଥିଲେ ଜ୍ଞାନୀ, ବିଚାରବନ୍ତ, କରୁଣାମୟ, ଦାନୀ, ବିନୟୀ। ଏବେ ଅଲଫତେ ଶା’ଙ୍କୁ ଲାଗିଲା ଯେ ପୁତ୍ର ହାତରେ ରାଜ୍ୟ ଓ ରାଜପଦ ନିରାପଦ ନୁହେଁ। ସେ ଯୁବରାଜଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେଲେ। ପରିଶେଷରେ ରାଜପୁତ୍ରଙ୍କୁ ସେ ରାଜ୍ୟରୁ ନିର୍ବାସିତ କରିଦେଲେ। କିନ୍ତୁ ତା ପରେ ସେ ବି ଦୁଃଖରେ ଭାଙ୍ଗି ପଡ଼ିଲେ। ତାଙ୍କର ସବୁ କିଛି ଥିଲା, କିନ୍ତୁ କିଛି ନ ଥିଲା ଭଳି। ତାଙ୍କର ମନେ ପଡ଼ିଗଲା ସନ୍ଥ ଫିରୋଜଙ୍କ କଥା। ସେ ଠିକ୍‌ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe