ଆଶାର ସାନ୍ତ୍ବନା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ହେତୁବାଦୀ ବିଦ୍ବାନ୍‌ ସବୁ ଦିନ ସକାଳେ ନିଜ କାର‌୍‌ରେ ଅଫିସକୁ ଯିବା ବାଟରେ ଫୁଟ୍‌ପାଥ ଉପରେ ଜଣେ ଦରିଦ୍ର ଜ୍ୟୋତିଷଙ୍କୁ ଦେଖନ୍ତି। ସେ ହେତୁବାଦୀ ହୋଇଥିବାରୁ ଜ୍ୟୋତିଷଙ୍କୁ ଠକ ବୋଲି ଭାବନ୍ତି। ତେବେ ସେଇ ହେତୁବାଦୀ ବିଦ୍ବାନ୍‌ ଜଣଙ୍କର ପାରିବାରିକ ଜୀବନ ଥାଏ ଖୁବ୍‌ ଦୁଃଖପୂର୍ଣ୍ଣ। ପତ୍ନୀଙ୍କ ସହିତ ମନୋମାଳିନ୍ୟ, ଏକମାତ୍ର ପୁଅର ଦୁର୍ବ୍ୟବହାର ତାଙ୍କୁ ଅତିଷ୍ଠ କରୁଥାଏ। ତାଙ୍କ ପାଖରେ ପ୍ରଚୁର ପଇସା ଥାଏ, ହେଲେ ଶାନ୍ତି ନଥାଏ।

ଦିନକର କଥା। ସେ ରାସ୍ତାରେ ଯାଉଥିବା ବେଳେ ଦେଖିଲେ ଯେ ଜ୍ୟୋତିଷ ଏକୁଟିଆ ବସିଛନ୍ତି। ତାଙ୍କର କୌତୂହଳ ହେଲା ଜ୍ୟୋତିଷ ତାଙ୍କ ବାବଦରେ କଅଣ କହୁଛନ୍ତି ଶୁଣିବା ଲାଗି। ସେ ଯାଇ ଜ୍ୟୋତିଷଙ୍କୁ ନିଜ ହାତ ଦେଖାଇଲେ ଏବ˚ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ ପଚାରିଲେ। ଜ୍ୟୋତିଷ ବିଚରା ତାହା ଜାଣନ୍ତେ କେମିତି? ସେ ତାଙ୍କୁ ପ୍ରବୋଧନା ଦେଲା ଭଳି କିଛି ଧାଡ଼ି କହିଲେ। ଏଥିରେ ହେତୁବାଦୀଜଣକ ରାଗିଗଲେ ଓ କହିଲେ- ତୁମ ଶଠତାର ସୀମା ନାହିଁ। ମୁଁ ମୋ ବ୍ୟକ୍ତିଗତ ଜୀବନରେ ଏମିତି ଶଢୁଛି ଯେ ଆତ୍ମହତ୍ୟା କରିବାକୁ ଚାହୁଁଛି। ଅଥଚ, ତୁମେ ମୋତେ ଗୁଡ଼ାଏ ମିଛ ପ୍ରବୋଧନା ଦେଇ ଚାଲିଛ?

ଜ୍ୟୋତିଷ କହିଲେ- ଆଜ୍ଞା, ଆପଣଙ୍କ ଜୀବନରେ କି ଦୁଃଖ ଅଛି ଜାଣେନା। କିନ୍ତୁ ମୋ ଜୀବନର ଦୁଃଖ କଥା ଶୁଣିଲେ ଆପଣ ବି ତରଳିଯିବେ। ମୋର ଗୋଟିଏ ପୁଅ ମଦ୍ୟପ ଓ ଅପରାଧୀ। ଆର ପୁଅ ବିକଳାଙ୍ଗ। ମୋ ପତ୍ନୀ ପାଗଳ। କିନ୍ତୁ ମୁଁ କେବେ ବି ଆପଣଙ୍କ ଭଳି ଆତ୍ମହତ୍ୟା କରିବା କଥା ଭାବି ନାହିଁ। କାରଣ ଜ୍ୟୋତିଷ ଭାଗ୍ୟରେ ବିଶ୍ବାସ କରେ। ଭାଗ୍ୟ ନିଶ୍ଚିତ ଫଳିବ। ତେଣୁ ମୋ ଭାଗ୍ୟ ଦିନେ ବଦଳିପାରେ ବୋଲି ମୋର ଆଶାଟିଏ ରହିଛି। ତେଣୁ ସେଇ ସାନ୍ତ୍ବନା ହେତୁ ମୁଁ ଆପଣଙ୍କ ଭଳି ଆତ୍ମହତ୍ୟା କରିବା କଥା କେବେ ଭାବିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe