‘କଳ୍ପମଣି’ ପଥର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବ୍ୟକ୍ତି ଧନୀ ହେବାକୁ ଇଚ୍ଛା‌ କରି ଜଣେ ସାଧୁଙ୍କ ଶରଣାପନ୍ନ ହେଲେ। ସେ କହିଲେ ଯେ କୌଣସି ପ୍ରକାରେ ‘କଳ୍ପମଣି ଶିଳା’ ହାସଲ କରିବାର ମନ୍ତ୍ର ସାଧୁ ତାଙ୍କୁ ଶିଖାଇ ଦିଅନ୍ତୁ। ସାଧୁ ପଚାରିଲେ- ଏହା ପାଇବାକୁ ଚାହୁଁଛ କାହିଁକି?
ବ୍ୟକ୍ତି ଜଣକ ଉତ୍ତର ଦେଲେ- ଏହି ଶିଳା ପାଇଗଲେ କୌଣସି ଚିଜର ଅଭାବ ରହିବ ନାହିଁ। ଯାହା କାମନା କରିବି, ସଙ୍ଗେସଙ୍ଗେ ପାଇଯିବି। ମୁଁ ପ୍ରକୃତରେ ଧନୀ ହେବାକୁ ଚାହେଁ।

ସାଧୁ ଆଉ କିଛି ନ କହି ମନ୍ତ୍ରଟି ଶିଖାଇ ଦେଲେ। ତେବେ, ‘କଳ୍ପମଣି’ ଶିଳା କେବେ ମିଳିବ ତାହା କହିଲେ ନାହିଁ।

ସେହି ବ୍ୟକ୍ତି ଜଣକ ପ୍ରତି ଦିନ ମନ୍ତ୍ର ଜପି ନଦୀରେ ସ୍ନାନ କରି ଚାଲିଲେ। ଦିନେ ପାଦରେ ଲାଗିଲା ଏକ ସାଧାରଣ ପଥର। ‘କଳ୍ପମଣି’ ଶିଳା କେବେ ଏକ ସାଧାରଣ ପଥର ହୋଇ ନ ପାରେ ବୋଲି ଭାବି ତାକୁ ଉଠାଇଲେ ନାହିଁ। କିଛି ଦିନ ଗଲା। ହଠାତ୍‌ ସେ ଏକ ଚମକୁଥିବା ଶିଳା ପାଇଲେ। ‘କଳ୍ପମଣି’ ଶିଳା ପାଇଛନ୍ତି ବୋଲି ଧରି ନେଇ ସେ ତାହା ଉଠାଇ ଆଣିଲେ।
ଆନନ୍ଦରେ ବିହ୍ବଳ ହୋଇ ସେ ଧନ ସଂପତ୍ତି ଆଦି ମାଗିବାକୁ ଲାଗିଲେ। କିନ୍ତୁ କିଛି ମିଳିଲା ନାହିଁ। ସେ ସାଧୁଙ୍କ ପାଖକୁ ଦୌଡ଼ିଲେ।

ସାଧୁ କହିଲେ- ହତଭାଗା, ଚାକଚକ୍ୟକୁ ମୂଲ୍ୟବା‌ନ ବୋଲି ଭାବି ତୁ ଯାହାକୁ ଧରିଛୁ ତାହା ଏକ ସାଧାରଣ ପଥର। ଆଉ ଯାହାକୁ ଫୋପାଡ଼ି ଦେଲୁ ତାହା ଥିଲା ‘କଳ୍ପମଣି’ ଶିଳା। ଏବେ ଆଉ କିଛି କରିହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe