ମୁଲ୍ଲାଙ୍କ ବୟସ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜଣେ ବ୍ୟକ୍ତି ମୁଲ୍ଲା ନସିରୁଦ୍ଦିନଙ୍କୁ ପଚାରିଲେ- ଆପଣଙ୍କର ବୟସ କେତେ?

ମୁଲ୍ଲା ଉତ୍ତର ଦେଲେ- ଛଅ ବର୍ଷ।

ସେହି ବ୍ୟକ୍ତି କହିଲେ- ମୁଲ୍ଲା, କ୍ଷମା କରିବ, ତୁମେ ଯେମିତି ଦେଖାଯାଉଛ ଲାଗୁଛି ତୁମ ବୟସ ସତୁରି ସେପାରିକି ହେବ!
ମୁଲ୍ଲା ହସିଲେ ଓ କହିଲେ- ମୂର୍ଖ, ଯେତେବେଳେ ମୁଁ ଜନ୍ମ ହେଲି, ସେଇ ସମୟରୁ ମୋର ବୟସ ଗଣନା ଆରମ୍ଭ କରାଗଲା। ମୋ ସ୍ତ୍ରୀ ବି ସେମିତି ଗଣୁଛି। କିନ୍ତୁ ଭାବିଲ ଦେଖି ବୟସ କ’ଣ ସେମିତି ଗଣାଯାଏ? ସେତେବେଳକୁ ମା’ ପେଟରେ ସେ ପରା ଦଶ ମାସ ରହି ସାରିଥାଏ!

ତେଣୁ ମୋ ବୟସ ସେମିତି କେତେ ତାହା ମୋର ମନେ ନାହିଁ। କିନ୍ତୁ ମୁଁ ଏତିକି ଜାଣେ ଯେ ଆଜିକୁ ଛଅ ବର୍ଷ ତଳେ ମୁଁ ହେତୁ ପାଇଲି। ଜୀବନ କ’ଣ ବୋଲି ଚିହ୍ନିଲି। ଜାଣିଲି ଯେ ଜୀବନର ଲକ୍ଷ୍ୟ ବୋଲି କିଛି ନାହିଁ, କାରଣ ଜିଇବା ହେଉଛି ଜୀବନର ଲକ୍ଷ୍ୟ। ଛଅ ବର୍ଷ ତଳେ ହଠାତ୍ ମୋର ବୋଧ ହେଲା ଯେ ଯାହା ମୋ ଭିତରେ ଅଛି ତାହା ହିଁ ଅସଲ ସଂପଦ। ବାହାରର ସଂପଦ ମୂଲ୍ୟହୀନ। ଅସଲରେ ଯାହା ଆବିଷ୍କାର ନ କରି ଅସଂଖ୍ୟ ମଣିଷ ଏହି ପୃଥିବୀରୁ ଚିରଦିନ ଲାଗି ବିଦାୟ ନେଇ ଯାଆନ୍ତି, ମୁଁ ତାର ସନ୍ଧାନ ପାଇଛି ଏଇ ଛଅ ବର୍ଷ ତଳେ। ତେଣୁ ଛଅ ବର୍ଷ ପୂର୍ବେ ମୁଁ ଆଉ ଥରେ ଜନ୍ମ ନେଲି ବୋଲି ଜାଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe