ତାତ୍କାଳିକ ଖୁସି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଗାଁରେ ଥିଲା ଜଣେ ଯୁବକ ଯେ କି ମାଙ୍କଡ଼ମାନଙ୍କ ଭାଷା ବୁଝି ପାରୁଥିଲା। ତେଣୁ ତା’ର କିଛି ମାଙ୍କଡ଼ଙ୍କ ସହିତ ଘନିଷ୍ଠ ବନ୍ଧୁତା ହୋଇଯାଇଥିଲା। ସେଇ ଯୁବକ ତା’ ଘର ପାଖ ଗଛରେ ରହୁଥିବା ସେଇ ମାଙ୍କଡ଼ଙ୍କୁ ପ୍ରତିଦିନ ଖାଇବାକୁ ଦେଉଥିଲା।

ଥରେ ସେ ଅଭାବରେ ପଡ଼ିଲା। ସେ ଯେତିକି ଉପାର୍ଜନ କରୁଥିଲା, ସେଥିରେ ତା’ର ପରିବାର ଚଳିବା ଏବ˚ ମାଙ୍କଡ଼ମାନଙ୍କୁ ପୋଷିବା କ୍ରମେ କଷ୍ଟକର ହେଲା। ସେ ନିଷ୍ପତ୍ତି ନେଲା ଯେ ଏଣିକି ମାଙ୍କଡ଼ଙ୍କ ଖାଦ୍ୟରୁ କାଟିବାକୁ ପଡ଼ିବ।

ପ୍ରତିଦିନ ସେ ପ୍ରତି ମାଙ୍କଡ଼ଙ୍କୁ ଦେଉଥିଲା ସକାଳେ ଛଅଟି କଦଳୀ ଏବ˚ ସ˚ଧୢାରେ ଛଅଟି କଦଳୀ। ଯେଉଁଦିନ ସେ ମାଙ୍କଡ଼ମାନଙ୍କ ଖାଦ୍ୟରୁ କାଟିବାକୁ ସ୍ଥିର କଲା, ସେଦିନ ସକାଳେ ସେ ମନ ଦୁଃଖରେ ଗଛ ମୂଳକୁ ଗଲା। ମାଙ୍କଡ଼ମାନେ ସବୁ ଦିନ ଭଳି ମନ ଖୁସିରେ ଡିଆଁଡେଇଁ କରି ତଳକୁ ଆସିଲେ ଏବ˚ ତା’ ଚାରିପଟେ ଘେରି ବସିଗଲେ।

ଯୁବକଟି କହିଲା- ଭାଇମାନେ, ଏ ଯେଉଁ ଅଭାବ ପଡ଼ିଛି ସେଥିରେ ମୁଁ ଆଉ ପରିବାର ଚଳାଇ ପାରୁନାହିଁ। ସେଥିଲାଗି ତୁମମାନଙ୍କ ଖାଦ୍ୟରୁ କାଟିବାକୁ ସ୍ଥିର କରିଛି। ମୁଁ ଭାବୁଛି ଏଣିକି ପ୍ରତିଦିନ ସକାଳେ ତୁମକୁ ଚାରିଟି କଦଳୀ ଏବ˚ ସ˚ଧୢାରେ ଛଅଟି ଲେଖାଏଁ କଦଳୀ ଦେବି।

ଏହା ଶୁଣିଲା ମାତ୍ରକେ ମାଙ୍କଡ଼ମାନେ ରାଗି ଲାଲ ପଡ଼ିଗଲେ। ସେମାନେ ନିଜ ଭାଷାରେ ଯୁବକର ଚଉଦ ପୁରୁଷ ଉଦ୍ଧାର କରିଦେଲେ।

ଏହା ଶୁଣି ଯୁବକଟି କହିଲା- ହଉ ହେଲା, ଥୟ ଧର। ଆଉ ଗୋଟିଏ ପ୍ଲାନ୍‌ ଅଛି। ଯଦି ମୁଁ ତୁମକୁ ସକାଳେ ପୂର୍ବ ଭଳି ଛଅଟି ଲେଖାଏଁ କଦଳୀ ଏବ˚ ସ˚ଧୢାକୁ ଚାରିଟି କଦଳୀ ଦିଏ, ତେବେ?

ଏହା ଶୁଣି ମାଙ୍କଡ଼ମାନେ ଚୁପ୍‌ ହୋଇଗଲେ ଏବ˚ ଖୁସିରେ ଛଅଟି ଲେଖାଏଁ କଦଳୀ ଧରି ଗଛ ଉପରକୁ ଉଠିଗଲେ।
କଥାଟି କହି ଶିକ୍ଷକ ଶ୍ରେଣୀର ପିଲାମାନଙ୍କୁ କହିଲେ- ପିଲାଏ, ଆମେ ସମସ୍ତେ ଊଣାଅଧିକେ ମାଙ୍କଡ଼ମାନଙ୍କ ଭଳି ବ୍ୟବହାର କରୁ। ତ‌ାତ୍କାଳିକ ଖୁସିରେ ମଜ୍ଜି ଭବିଷ୍ୟତ୍‌ ଉପରେ ଧୢାନ ଦେଉନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe