ପ୍ରକୃତ ଶିକ୍ଷା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ସୁଫି ସନ୍ଥ ଥିଲେ। ତାଙ୍କ ବିଷୟରେ ଶୁଣି ଏକ ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ।

ସୁଫି କହିଲେ- ଯଦି ଶିକ୍ଷା ଦେବି, ତେବେ ଗୋଟିଏ ସର୍ତ୍ତରେ। ମୋ ଶିକ୍ଷାକୁ ପ୍ରଶ୍ନ କଲା କ୍ଷଣି ମୁଁ ଶିକ୍ଷା ଦେବା ବନ୍ଦ କରିଦେବି। ବିଦ୍ବାନ ରାଜି ହେଲେ।

ସୁଫି କହିଲେ- ବେଶ୍, ତୁମେ ତୁମର ପୋଷାକ ଖୋଲ। ମୋର ଏ କପଡ଼ା ପିନ୍ଧି ଏ ଭିକ୍ଷାଥାଳ ଧର।

ତା’ ପରେ ସେ ବିଦ୍ବାନଙ୍କୁ ଛୋଟ ମିଠେଇ ପୁଡ଼ିଆଟିଏ ଦେଇ କହିଲେ- ଏ ସହରରେ ଅ‌େନକ ଲୋକ ଭିକ୍ଷୁକଙ୍କୁ ପଥର ମାରନ୍ତି। ଯଦି କେହି ତୁମକୁ ପଥର ମାରେ, ତେବେ ତୁମେ ତାଙ୍କୁ ଏ ମିଠେଇ ଦେଇ ଅଭିବାଦନ କରିବ।

ସଂଧ୍ୟାକୁ ବିଦ୍ବାନ ଫେରିଲେ। ସେ ସୁଫି ସନ୍ଥଙ୍କୁ ସମ୍ମାନ ଜଣାଇ କହିଲେ- ମହାତ୍ମା, ଆପଣ ହିଁ ପ୍ରକୃତ ଗୁରୁ।

ସୁଫି ପଚାରିଲେ- ଏମିତି କ’ଣ ହେଲା କି?

ବିଦ୍ବାନ କହିଲେ- ପ୍ରଥମ କଥା ହେଲା, ଆପଣ ଯେଉଁ ଶିକ୍ଷା ଦେବେ ବୋଲି ମୁଁ ଭାବୁଥିଲି, ଆପଣ ସେ ପ୍ରକାର ଶିକ୍ଷା ନ ଦେଇ ନିଜେ ଯାହା ଉଚିତ ମନେ କଲେ, ସେ ଶିକ୍ଷା ଦେଲେ। ମୁଁ ବିଦ୍ୟାନୁରାଗୀ। ତେଣୁ ଆପଣ ସେଭଳି କିଛି ଗୂଢ଼ ବିଦ୍ୟା ଶିକ୍ଷା ଦେବେ ବୋଲି ଭାବିଥିଲି। ଆପଣ ତାହା ନ ଦେଇ ଯେଉଁ ଶିକ୍ଷା ଦେଲେ, ତାହା ମୋତେ ନୂତନ ଜ୍ଞାନ ଦେଲା। ଆଜି ମୋତେ ପଥର ମାରିଥିବା ଜଣେ ଲୋକ ତାଙ୍କ କାର୍ଯ୍ୟ ଲାଗି ଅନୁତାପ କଲେ। ମୋତେ ଆଲିଙ୍ଗନ କଲେ। ଯେଉଁ ଶିକ୍ଷା ଜୀବନକୁ ବଦଳାଇ ଦିଏ, ତାହା ହିଁ ପ୍ରକୃତ ଶିକ୍ଷା। ଆପଣଙ୍କ ଶିକ୍ଷା କେବଳ ସେହି ପଥର ମାରିଥିବା ବ୍ୟକ୍ତିଙ୍କୁ ନୁହେଁ, ମେ‌ାତେ ମଧ୍ୟ ବଦଳାଇ ଦେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe