ଭଅଁରଙ୍କ ବୁଦ୍ଧି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜଣେ ଲୋକ ମୁଲ୍ଲା ନସିରୁଦ୍ଦିନଙ୍କୁ ରାଜା ସଲୋମନଙ୍କ କାହାଣୀ ଶୁଣାଉଥିଲେ।

ସେ କହୁଥିଲେ: ମୁଲ୍ଲା, ସଲୋମନ ଥିଲେ ଜଣେ ଅତି ବୁଦ୍ଧିମାନ ରାଜା। ତାଙ୍କ ବୁଦ୍ଧିକୁ ନେଇ ଏହି କାହାଣୀ। ଥରେ ଜଣେ ଲୋକ ସଲୋମନଙ୍କ ବୁଦ୍ଧିକୁ ପରୀକ୍ଷା କରିବା ଲାଗି ଦୁଇଟି ଫୁଲ ହାର ନେଇ ଦରବାରକୁ ଆସିଲେ। ଗୋଟିଏ ଥିଲା ଅସଲି ଓ ଅନ୍ୟଟି ନକଲି। କିନ୍ତୁ ଆଖିରେ ଦେଖି କେହି କହିପାରିବେ ନାହିଁ, କେଉଁଟି ଅସଲି ଓ କେଉଁଟି ନକଲି! ସେ କହିଲା- ସଲୋମନ, ଆପଣ ଏ ଫୁଲ ହାରକୁ ନ ଛୁଇଁ କହି ପାରିବେ କି କେଉଁଟି ଅସଲି ଓ କେଉଁଟି ନକଲି?

ସଲୋମନ ଥିଲେ ବୁଦ୍ଧିମାନ। ସେ ତାଙ୍କ ଲୋକମାନଙ୍କୁ କହିଲେ- ବଗିଚା ପାଖ ଝରକା ଖୋଲିଦିଅ। ଝରକା ଖୋଲା ଗଲା ପରେ ଦେଖାଗଲା କିଛି ଭ୍ରମର ପଶି ଆ‌ସିଲେ ଏବଂ ଅସଲି ଫୁଲ ହାର ପାଖରେ ଉଡ଼ିବାକୁ ଲାଗିଲେ। ସଲୋମନ ଏବେ କହିଦେଲେ କେଉଁ ହାରଟି ଅସଲି। ଦେଖିଲେ ତ ବୁଦ୍ଧି!

ଏହା ଶୁଣି ମୁଲ୍ଲା କିଛି ସମୟ ଚୁପ୍ ରହିବା ପରେ କହିଲେ- ତୁମ ଗପରୁ ସଲୋମନଙ୍କ ବୁଦ୍ଧି ମୋତେ ଦିଶିଲା ନାହିଁ। ମୋତେ ତ ଭଅଁରମାନଙ୍କ ବୁଦ୍ଧି ଦିଶିଲା, ଯେଉଁମାନେ ଏତେ ଦୂରରୁ ଅସଲି ଫୁଲ ଓ ନକଲି ଫୁଲ ଭିତରେ ଫରକ ଜାଣି ପାରିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe