Advertisment

ଏହା ହିଁ ସତ୍ୟ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେଙ୍କ ସହିତ କୌଣସି ବିଷୟରେ ଆଲୋଚନା କଲା ବେଳେ ହା ହୁଇ ଥରେ କହି ପକାଇଲେ- ଏହା ହିଁ ସତ!

ଆଲୋଚନାକୁ ସେଇଠାରେ ଛାଡ଼ି ନେନେ ଉଠି ପଡ଼ି କହିଲେ- ତାହା ହେଲେ ମୁଁ ଚାଲିଲି।

ବିସ୍ମୟତାର ସହ ହା ହୁଇ କହିଲେ- ଆରେ, ଏମିତି ଅଚାନକ?

ନେନେ କହିଲେ- ଯିବାକୁ ବାଧୢ ହେଉଛି, କାରଣ ହି˚ସାର ଆରମ୍ଭ ହୋଇଗଲା।

ହା ହୁଇ କହିଲେ- ହି˚ସା? କେଉଁଠି?

ନେନେ କହିଲେ- ଯେ ପର୍ଯ୍ୟନ୍ତ ତୁମେ କହୁଥିଲ ମୋ ଲାଗି ଏହା ସତ୍ୟ, ସେତେବେଳ ଯାଏଁ ସବୁ ଠିକ୍‌ ଥିଲା। କାରଣ ତୁମେ ତା’ ଦ୍ବାରା ଏହା କହୁଥିଲ ଯେ ଏହା ତୁମ ଲାଗି ସତ୍ୟ, ମୋ ଲାଗି ତାହା ସତ୍ୟ ହୋଇ ନ ପାରେ। ତୁମ ଲାଗି ଆଉ କିଛି ହୁଏ’ତ ସତ୍ୟ ହୋଇପାରେ। କିନ୍ତୁ ଯେତେବେଳେ ତୁମେ କହିଲ ଯେ ଏହା ହିଁ ସତ୍ୟ, ତା’ ଅର୍ଥ ତୁମେ କହିଦେଲ ଯେ ତୁମର ସତ୍ୟ ହେଉଛି ପ୍ରକୃତ ସତ୍ୟ। ଯେଉଁ ଦିନ ଜଣେ କହେ ଯେ ମୋ ସତ୍ୟ ହିଁ ହେଉଛି ଏକମାତ୍ର ସତ୍ୟ, ଜାଣିବ ଯେ ଅତ୍ୟାଚାର ଲାଗି ବାଟ ଫିଟିଗଲା, ହି˚ସାଚାର ଆରମ୍ଭ ହୋଇଗଲା। ଏଣୁ ମୁଁ ଚାଲିଲି।

ହା ହୁଇ ଅଳ୍ପ ହସି କହିଲେ- ନେନେ, ଆପଣ ମହାନ। ଏବେ ମାନିଲି ଏହା ହେଉଛି ମୋ ଲାଗି ସତ୍ୟ। କିନ୍ତୁ ଏହା ଏକମାତ୍ର ସତ୍ୟ ହୋଇ ନ ପାରେ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe