ପଥର ଚିହ୍ନିବା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଦୁଇ ଜଣ ସାଧୁ କୌଣସି ଏକ ସ୍ଥାନକୁ ଯାଉଥିଲେ। ଏହି ସମୟରେ ରାସ୍ତା କଡ଼ରେ ବାଲି ତଳୁ କିଛି ଗୋଟାଏ ଝଲସି ଉଠିଲା ଭଳି ଲାଗିଲା। ଜଣେ ସାଧୁ ତାହା ଉଠାଇ ଆଣି ବାଲି ଝାଡ଼ିଦେବା ପରେ ତାଙ୍କ ଆଖି ମଧ୍ୟ ଝଲସି ଉଠିଲା। ସେ ଯାହା ଦେଖୁଥିଲେ, ତାହା ବିଶ୍ବାସ କରିପାରୁ ନ ଥିଲେ।

ଏହା ଦେଖି ଅନ୍ୟ ସାଧୁ କହିଲେ- ପଥରଟିକୁ ଫିଙ୍ଗ ଓ ଚାଲ।

କିନ୍ତୁ ପଥର ଉଠାଇଥିବା ସାଧୁ ଶ୍ବାସ ରୋକି କହିଲେ- ନିର୍ବୋଧ! ଏଇଟା ପଥର? ଏହା ହେଉଛି ଗୋଟିଏ ହୀରା! ଏହି ଗୋଟାକ ମଣିଷର ଭାଗ୍ୟ ପୁରୁଷ ପୁରୁ‌ଷ ଧରି ବଦଳାଇ ଦେବ।

ଏହା ଶୁଣି ଆର ସାଧୁ କହିଲେ- କିନ୍ତୁ ତାହା ତ ଗୋଟାଏ ପଥର!

ଏଥର ହୀରା ପାଇଥିବା ସାଧୁ ଈଷତ୍‌ ଚିତ୍କାର କରି ଭର୍ତ୍ସନା କଲା ଭଳି କହିଲେ- ଚୁପ୍‌ କର। ତୁମ ଠାରେ ଜ୍ଞାନର ଘୋର ଅଭାବ ଦେଖୁଛି। ତୁମେ ହୀରା ଚିହ୍ନି ପାରୁନାହଁ?

ଆର ସାଧୁ ଜଣକ ଟିକିଏ ନିରବ ରହି କହିଲେ- ତାହା ହୀରା ହେଲେ ବି ତ ଗୋଟାଏ ପଥର। ଆଉ ତୁମେ ଯେଉଁ ଜ୍ଞାନ ଦ୍ବାରା ହୀରା ଚିହ୍ନି ପାରିଲ, ସେହି ଜ୍ଞାନକୁ ଅତିକ୍ରମ କରି ଗଲେ ତୁମେ ବୁଝି ପାରିବ ଯେ ତାହା ହୀରା ହୋଇଥିଲେ ବି ପ୍ରକୃତରେ ଗୋଟିଏ ପଥର। ତେଣୁ, ତୁମେ ପ୍ରକୃତରେ ପଥର ଚିହ୍ନି ପାରୁନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe