ଯୋଦ୍ଧାଙ୍କ ପରାମର୍ଶ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଗାଁ ଲୋକେ ପାଖରେ ରହୁଥିବା ଜଣେ ଯୋଦ୍ଧାଙ୍କ ଶରଣ ପଶିଲେ। ଯୋଦ୍ଧା କହିଲେ- ଚିନ୍ତା ନାହିଁ। ମୁଁ ସବୁ ଲୋକଙ୍କୁ ଯୁଦ୍ଧ ଶିଖାଇବି।
ପର ଦିନ ସକାଳୁ ଯୋଦ୍ଧାଙ୍କ ଠାରୁ ଲୋକେ ଶସ୍ତ୍ର ଚାଳନା ଶିଖିଲେ। ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ଲାଗି ବିଭିନ୍ନ ପ୍ରକାର ବ୍ୟାୟାମ ଶିଖିଲେ।

ଥରେ ଜଣେ ବ୍ୟକ୍ତି ଆସି ଖବର ଦେଲା- ଯୁଦ୍ଧ ଲାଗି ପ୍ରସ୍ତୁତ ହୁଅ। କାରଣ ଏକ ବିରାଟ ଶତ୍ରୁ ଦଳ ଗାଁ ଉପରେ ଆକ୍ରମଣ କରିବା ଲାଗି ଆସୁଛନ୍ତି। ଏଥର ଯୋଦ୍ଧାଙ୍କ ଆଜ୍ଞାରେ ଜଣେ ପାହାଡ଼ ଉପରକୁ ଚଢ଼ି ସ୍ଥିତି ଆକଳନ କରିବାକୁ ଗଲା। କିନ୍ତୁ ସେ ଯାହା ଦେଖିଲା ସେଥିରେ ତା’ର ହଲକ ଶୁଖିଗଲା। ସେ ତଳକୁ ଦଉଡ଼ି ଆସି କହିଲା- ଆମେ ପାରିବା ନାହିଁ। ଏ ବାହିନୀ ବହୁତ ବିଶାଳ ଓ ଶକ୍ତିଶାଳୀ ଭଳି ଲାଗୁଛି।

ଯୋଦ୍ଧା କହିଲେ- ତାହା ହେଲେ ପଳାୟନ କର।

ଏ କଥା ଶୁଣି ଜଣେ କହିଲା- ଆଜ୍ଞା, ଯଦି ପଳାୟନ କରିବାର ଥିଲା ତେବେ ଏତେ କଷ୍ଟ କରି ଯୁଦ୍ଧ ବିଦ୍ୟା ଶିଖୁଥିଲେ କାହିଁକି?

ଯୋଦ୍ଧା କହିଲେ- କିଛି ଅକାରଣ ନୁହେଁ। ତୁମେମାନେ ଯୁଦ୍ଧ କରି ହାରିଗଲା ପରେ ଛତ୍ରଭଙ୍ଗ ଦେଇ ପଳାଇବା ଠାରୁ ଏବେ ପଳାଇ ଯିବା ଅଧିକ ଶ୍ରେୟସ୍କର। ଠିକଣା ସମୟରେ ପଳାୟନ କରିବା ବି ଯୁଦ୍ଧର ଏକ କୌଶଳ। କୌଣସି ପରିଶ୍ରମ ପଣ୍ତ ହୁଏ ନାହିଁ। ବଞ୍ଚି ରହିଲେ ପୁଣି ‌ଆଗକୁ କାର୍ଯ୍ୟ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe