କାହାଣୀକୁ ଜିଅ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଓଶୋଙ୍କ ପାଖକୁ ଆସିଲେ ଜଣେ ଫରାସୀ ମହିଳା, ଯିଏ ପ୍ରାୟତଃ ବିଷାଦଗ୍ରସ୍ତ ରହୁଥିଲେ ଏବଂ ସେଥିରୁ ମୁକ୍ତିର ବାଟ ଖୋଜୁଥିଲେ। ଓଶୋ ସବୁ ଶୁଣି କହିଲେ- ତେବେ, ଏହି ସୁଫି କଥାଟି ଶୁଣ।

ଗପଟି ଥିଲା ଜଣେ ବଣିଆ ବାବଦରେ ଯିଏ ରାଜାଙ୍କ ଲାଗି ମୁଦିଟିଏ ତିଆରି କରୁଥିଲା। ରାଜାଙ୍କ ଆଦେଶ ଥିଲା ଯେ ମୁଦି ଉପରେ ଏଭଳି ଲେଖାଟିଏ ରହିବ ଯାହାକୁ ଦେଖିଦେଲେ ସୁଖର ଉଚ୍ଛ୍ବାସ ବେଳେ ସଂଯମ ଆସିଯିବ ଓ ଦୁଃଖର ସାଗରରେ ଥିଲା ବେଳେ ବି ହାଲୁକା ଲାଗିବ। ବଣିଆ ତ ମୁଦି ତିଆରି କରିଦେଲା। ହେଲେ କ’ଣ ଲେଖିବ? ତା’ର ଏ ସମସ୍ୟାକୁ ଦୂର କଲେ ଜଣେ ଫକୀର, ଯିଏ କହିଲେ- ଏତିକି ମାତ୍ର ଲେଖ: ‘ୟେ ବି ଦିନେ ଚାଲିଯିବ’।

ରାଜା ମୁଦି ପିନ୍ଧିଲେ। ଏହା ପରେ ରାଜା ଯେତେବେଳେ ସୁଖ ଓ ବିଳାସରେ ବୁଡ଼ି ରହୁଥିଲେ, ସେତିକିବେଳେ ଯଦି ମୁଦି ଉପରେ ନଜର ପଡୁଥିଲା, ସେ ସଂଯତ ହୋଇଯାଉଥିଲେ। ତାଙ୍କ ବିଷାଦର କଳା ବାଦଲ ବି ଏହି ମୁଦିର ଧାଡ଼ିଟି ଦ୍ବାରା ହଟି ଯାଇ ଆଶାର କିରଣ ଝଲସୁ ଥିଲା।

ଗପଟି ନ ସରୁଣୁ ମହିଳା କହିଲେ- ଏଇ ଗପଟି ମୁଁ ଆଗରୁ ଜାଣେ।

ଓଶୋ କହିଲେ- ତୁମେ ଏହା ଆଗରୁ ଶୁଣିଛ ନିଶ୍ଚୟ। ବହୁତ ଲୋକ ଏହା ଶୁଣିଛନ୍ତି। କିନ୍ତୁ ଶୁଣିବା ଓ ଜାଣିବା ଏକା କଥା ନୁହେଁ। ଗପକୁ ନ ଜିଇଲେ ଏହାକୁ ଜାଣି ହେବ ନାହିଁ। ତେଣୁ ଆଜି ଠାରୁ ଏହି କାହାଣୀକୁ ଜିଅ ଓ ସେହି ଧାଡ଼ିର ମହତ୍ତ୍ବକୁ ଜାଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe