ମନ ଶାନ୍ତ ହେବ କେମିତି

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜେନ୍‌ ଗୁରୁ ନେନେଙ୍କୁ ଯୁବକ କହିଲେ- ମୋ ମନ ଭାରି ଅଶାନ୍ତ ହେଉଛି। ତାକୁ କେମିତି ଶାନ୍ତ କରିବି?

ନେନେ କହିଲେ- ତାହା ହେଲେ ଲୋଟାଟିଏ ଆଣ!

ଯୁବକ କିଛି ବୁଝି ନ ପାରି ଲୋଟାଟିଏ ଧରି ଆସିଲା। ନେନେ‌ କହିଲେ- ଏବେ ମୋ ସହିତ ଆସ।

ତା’ପରେ ଯୁବକକୁ ନେଇ ସେ ସମୁଦ୍ର କୂଳକୁ ଗଲେ ଓ କହିଲେ- ତୁମ ମନ ଏ ସମୁଦ୍ର ଭଳି ଅଶାନ୍ତ ତ?

ଯୁବକ ଉତ୍ସାହିତ ହୋଇ କହିଲା, ‘ହଁ’।

ତା’ ପରେ ନେନେ ଲୋଟାଟିରେ ସମୁଦ୍ର ପାଣି ଭର୍ତ୍ତି କରି ଯୁବକ ଆଗରେ ତୋଳି ଧରି କହିଲେ- ଦେଖ, ଏ ଲୋଟାରେ ବି ସମୁଦ୍ର ପାଣି ରହିଛି। କିନ୍ତୁ ଦେଖ କେମିତି ଶାନ୍ତ! ସେମିତି ମନକୁ ଶାନ୍ତ କରିବ।

ଯୁବକ କିଛି ବୁଝିବା ଆଗରୁ ନେନେ ସେଠାରୁ ଚାଲିଯାଇଥିଲେ। କିନ୍ତୁ ଏହି କଥା ପଦକରେ ଯୁବକର ଚୈତନ୍ୟ ଉଦୟ ହେଲା। ସେ ଏବେ ଚିତ୍ତବୃତ୍ତିରୁ ମୁକ୍ତ ହେବାର ବାଟ ଖୋଜିବାକୁ ଲାଗିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe