କ୍ରୋଧର ଚିକିତ୍ସା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜେନ୍‌ ଗୁରୁ ନେନେ ଓ ହା ହୁଇ ଏକାଠି ବସିଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ପହଞ୍ଚି କହିଲେ ଯେ ତାଙ୍କର ପରମ ଶତ୍ରୁ ହେଉଛି କ୍ରୋଧ। କଥା କଥାକେ ସେ ରାଗି ଯାଉଛନ୍ତି। ଏ ସମସ୍ୟାର କିଭଳି ସମାଧାନ ହେବ, ତାହା ସେ ଜାଣିବାକୁ ଚାହାନ୍ତି।

ଏହା ଶୁଣି ହା ହୁଇ କ୍ରୋଧକୁ କେମିତି ନିୟନ୍ତ୍ରଣ କରାଯିବ ସେ ବାବଦରେ କିଛି ଉପଦେଶ ଦେବାକୁ ଲାଗିଲେ। ହଠାତ୍ ସେ ଦେଖିଲେ ଯେ ନେନେ ଏ ସବୁ ଶୁଣି ମୁରୁକି ହସୁଛନ୍ତି। ହା ହୁଇ ତତ୍‌କ୍ଷଣାତ୍ ଅଟକି ଗଲେ ଓ ନେନେଙ୍କୁ ପଚାରିଲେ-ନେନେ, ଆପଣ ଏମିତି ହସୁଛନ୍ତି କାହିଁକି?

ନେନେ କହିଲେ- ତୁମେ ତ ରୋଗୀର ଚିକିତ୍ସା ନ କରି ରୋଗର ଖବର ନେଇ ଆସିଥିବା ଦୂତର ଚିକିତ୍ସା କରୁଛ, ରୋଗ ଭଲ ହେବ କେମିତି?

ହା ହୁଇ କହିଲେ- ଦୂତର ଚିକିତ୍ସା? ମୁଁ କିଛି ବୁଝି ପାରିଲି ନାହିଁ।

ଏହା ଶୁଣି ନେନେ କହିଲେ- କ୍ରୋଧ ଗୋଟିଏ ରୋଗ ନୁହେଁ। ମନ ଭିତରେ ଜାତ ହୋଇଥିବା ହତାଶା, ନିରାଶା ବା ସେମିତି କିଛି ଅବସ୍ଥା ହେଉଛି ପ୍ରକୃତ ରୋଗ। କ୍ରୋଧ ହେଉଛି ତା’ର ଏକ ଦୂତ ଯାହା ମାନସିକ ସ୍ଥିତିର ବାର୍ତ୍ତା ଧରି ବାହାରକୁ ଆସେ। ତେଣୁ ଦୂତକୁ ତା’ ବାର୍ତ୍ତା ନେଇ ଆସିବାରୁ ରୋକିବାକୁ ହେଲେ ପ୍ରଥମେ ମନର ସେହି ରୋଗଗୁଡ଼ିକୁ ଦୂର କରିବାକୁ ହେବ। ମନରୁ ବିଭିନ୍ନ ପ୍ରକାର ଅନ୍ଧକାର ଦୂର କରିବାକୁ ହେବ। ମନ ଆଲୋକିତ ହେଲେ କ୍ରୋଧ ଆସିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe