ପରାଧୀନ ମନ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବ୍ୟକ୍ତି ନେନେଙ୍କୁ କହିଲେ- ମୋ ମନ ଭାରି କଷ୍ଟ। ମୋତେ ସମସ୍ତେ ଅପମାନ ଦେଲା ଭଳି କଥା କହୁଛନ୍ତି। ମୁଁ ସହି ପାରୁନାହିଁ।

ନେନେ କହିଲେ- କାହା ମନ କଷ୍ଟ ହେଉଛି? ତୁମ ମନ?

ସେହି ବ୍ୟକ୍ତ କହିଲେ- ଆଜ୍ଞା, ହଁ।

ନେନେ କହିଲେ- କିନ୍ତୁ ମନଟା ତୁମର ଭଳି ତ ମୋତେ ଲାଗୁନାହିଁ?

ସେ ବ୍ୟକ୍ତି କହିଲେ- ଆଉ କାହାର ମନ ନେଇ ମୁଁ କାହିଁକି ଚିନ୍ତିତ ‌ହେବି? ମୋ ମନ ଭାରି କଷ୍ଟ ହେଉଛି।

ନେନେ କହିଲେ- ତୁମ ମନ ଯଦି ତାକୁ ତୁମେ ନିଜ ଅକ୍ତିଆରରେ ରଖ। ତାକୁ ଅନ୍ୟମା‌େନ ଚଳାଇବାର ସୁଯୋଗ ଦିଅନା। ଏବେ ଯାହା ହୋଇଛି ତାହା ହେଲା ମନ ତୁମର କିନ୍ତୁ ତା’ର ଲଗାମ ରହିଛି ଅନ୍ୟମାନଙ୍କ ହାତରେ। ଯିଏ ତୁମକୁ ଖୁସି କଲା ଭଳି କହିଲା ତୁମ ମନ ଖୁସି ହୋଇଯାଉଛି, ଯିଏ ତୁମକୁ ଅପମାନ କଲା ଭଳି କହିଲା ତୁମେ ଦୁଃଖିତ ରହୁଛ। ତେଣୁ ଅନ୍ୟର ଅକ୍ତିଆରରେ ଥିବା ମନକୁ ତୁମେ ନିଜ ମନ ବୋଲି କୁହନା। ଏବେ ଯାଅ। ନିଜ ମନକୁ ଏମିତି କବ୍‌ଜାରେ ରଖ, ଯେମିତି ତାହା ଅନ୍ୟ କାହାର ଅଧୀନ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe