ରାଜା ଓ ସାଧୁ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଜଣେ ଦରିଦ୍ର ସାଧୁ ରାଜାଙ୍କ ନିକଟକୁ ଆସିଲେ। ରାଜା ତାଙ୍କର ଖୁବ୍‌ ଚର୍ଚ୍ଚା କଲେ ଏବ˚ ଯେତେ ଦିନ ପର୍ଯ୍ୟନ୍ତ ଚାହାନ୍ତି ରାଜଉଆସରେ ରହିବା ଲାଗି ଅନୁରୋଧ କଲେ। ସାଧୁ କିଛି ଦିନ ବିଶ୍ରାମ ନେଇ ବାହାରିଲା ବେଳେ ରାଜା ତାଙ୍କୁ ଅନେକ ଦାନ ଦକ୍ଷିଣା ଦେଲେ। ସାଧୁ ବାହାରି ଗଲା ବେଳେ କହିଗଲେ- ମହାରାଜ, ଆପଣ ବହୁତ ଭଲ।

ଏହାର କିଛି କାଳ ପରେ ଶତ୍ରୁ ଆକ୍ରମଣରେ ରାଜା ବିଧ୍ବସ୍ତ ହୋଇଗଲେ। ସେ ନିଃସ୍ବ ଓ ବାସହରା ହୋଇ ଜଙ୍ଗଲରେ ରହିବାକୁ ବାଧୢ ହେଲେ। ଏତିକି ବେଳେ ଜଙ୍ଗଲ ଭିତରେ ପୁଣି ସେହି ସାଧୁ ରାଜାଙ୍କ ପତ୍ର କୁଡ଼ିଆରେ ପହଞ୍ଚିଲେ। ନିଃସ୍ବ ରାଜା ତାଙ୍କ ଯତ୍‌କିଞ୍ଚିତ ସମ୍ବଳରେ ରଖିଥିବା ସନ୍ନ୍ୟାସୀଙ୍କ ଚର୍ଚ୍ଚା କଲେ ଏବ˚ ନିଜ ଲାଗି ରଖିଥିବା ଖାଦ୍ୟରେ ତାଙ୍କୁ ଅପ୍ୟାୟିତ କଲେ।

ସାଧୁ କହିଲେ- ମହାରାଜ ଆପଣଙ୍କର ମନେ ନ ଥିବ ଥରେ ମୁଁ ଆପଣଙ୍କ ଆଶ୍ରୟ ପ୍ରାର୍ଥୀ ହୋଇଥିଲି। ସେତିକି ବେଳେ ଆପଣଙ୍କ ପାଖରେ ସବୁ କିଛି ଥିଲା। ସେତିକି ବେଳେ ମୁଁ ଭାବିଥିଲି ଆପଣ ଜଣେ ଅତ୍ୟନ୍ତ ଭଲ ରାଜା। କିନ୍ତୁ ଆଜି ଜାଣୁଛି ଯେ ଆପଣଙ୍କ ଲାଗି ଭଲ ହେଉଛି ଏକ ନ୍ୟୂନ ଶବ୍ଦ।

ଆପଣ ସତରେ ଅସାଧାରଣ ଭାବେ ମହାନ। କାରଣ ଥିଲା ବେଳେ ଦେବା ସହଜ ହୋଇଯାଏ। ନ ଥିଲା ବେଳେ ଦେଇ ପାରିବା ହିଁ ଅସାଧାରଣତା।
ଏହାର କିଛି କାଳ ପରେ ସୌଭାଗ୍ୟକୁ ପୁଣି ରାଜା ରାଜ୍ୟ ଫେରି ପାଇଲେ। କିନ୍ତୁ ସେତେବେଳକୁ ତାଙ୍କର ମହାନତାର ପ୍ରମାଣ ମିଳି ସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe