i-love-png.com
ବିମାନରେ ଯାତ୍ରୀମାନେ ବସି ସାରିବା ପରେ ହଠାତ୍ ଏୟାର ହୋଷ୍ଟେସ୍ ଘୋଷଣା କଲେ ଯେ ବିମାନଟି ଉଡ଼ିବା ପୂର୍ବରୁ ଜଣାପଡ଼ିଛି ଯେ ଏହାର କିଛି ଯନ୍ତ୍ରା˚ଶରେ ତ୍ରୁଟି ରହିଛି। କିନ୍ତୁ ଏକ ଅନିବାର୍ଯ୍ୟ କାରଣରୁ ବିମାନଟି ଉଡ଼ାଣ ନେବାକୁ ବାଧୢ। ଆପଣମାନଙ୍କୁ କହିଦେବା ଉଚିତ ହେବ ଯେ ଏ ବିମାନକୁ ଯେଉଁ ପାଇଲଟ୍ ଚଳାଉଛନ୍ତି ସେ ହେଉଛନ୍ତି ପୃଥିବୀର ଏକ ନମ୍ବର ପାଇଲଟ୍। ଯେ କୌଣସି ସମସ୍ୟାର ମୁକାବିଲା କରିବାକୁ ସେ ସକ୍ଷମ। ତଥାପି ଆପଣମାନଙ୍କ ଭିତରୁ କିଏ ଏ ବିମାନରେ ଯିବେ ବା ନ ଯିବେ ତାହା ଆପଣମାନଙ୍କ ଉପରେ ନିର୍ଭର କରେ। ଯେଉଁମାନେ ବିପଦର ଆଶଙ୍କା କରି ଯିବାକୁ ଚାହୁଁ ନାହାନ୍ତି, ସେମାନେ ଏହାର ପରବର୍ତ୍ତୀ ବିମାନରେ ଯାଇପାରିବେ।
ଚାହୁଁ ଚାହୁଁ ବିମାନର ସବୁ ଲୋକ ବାହାରକୁ ବାହାରି ଗଲେ। ଜଣେ ବୃଦ୍ଧ ଦେଖିଲେ ଯେ କିଶୋରଟିଏ ବିମାନରେ ବସି ରହିଛି ଏବ˚ ବାହାରିବାର କୌଣସି ଉପକ୍ରମ କରୁନାହିଁ। ସେ ପଚାରିଲେ- ପୁଅ, ତୁମର କ’ଣ ବିମାନ ଚାଳକଙ୍କ ଦକ୍ଷତା ଉପରେ ଏତେ ବିଶ୍ବାସ ଯେ ତୁମେ ଏ ବିମାନରେ ଯିବାକୁ ବସିରହିଛ?
କିଶୋରଟି କହିଲା- ଏ ପାଇଲଟ୍ ହେଉଛନ୍ତି ମୋର ବାପା। ତାଙ୍କ ଦକ୍ଷତା ଉପରେ ନୁହେଁ; ମୋ ପ୍ରତି ତାଙ୍କ ଭଲ ପାଇବା ଉପରେ ମୋର ପୂର୍ଣ୍ଣ ବିଶ୍ବାସ ରହିଛି। ଯଦି ଟିକିଏ ବି ବିପଦର ଆଶଙ୍କା ଥାଆନ୍ତା, ତେବେ ସେ ମୋତେ ନିଜେ ଆସି ବାହାରି ଯିବାକୁ କହନ୍ତେ। ତେଣୁ ମୁ ବୁଝୁଛି ଯେ ଡରିବାର ଲେଶ ମାତ୍ର ଆଶଙ୍କା ନାହିଁ।
ଏହା ଶୁଣି ବୃଦ୍ଧ ବି ବିମାନରେ ବସିଲେ ଓ କିଶୋର ସହିତ ଯାତ୍ରା କଲେ।
Follow Us