Advertisment

ଜେନ୍‌ ଗୁରୁଙ୍କ ମାଡ଼

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଜେନ୍‌ ଗୁରୁ ଥିଲେ। ସେ ଯେତେବେଳେ ପାରି ସେତେବେଳେ ହଠାତ୍ ଓ ଅତର୍କିତ ଭାବେ ଶିଷ୍ୟମାନଙ୍କୁ ପାହାର ଦେଉଥିଲେ।

ଦିନେ ଜଣେ ଶିଷ୍ୟ ନମ୍ରତାର ସହିତ ପଚାରିଲା- ମହାଭାଗ, ଆପଣ ଏମିତି ବାଡ଼ଉଛନ୍ତି କାହିଁକି?

ଗୁରୁ ସବୁ ଶିଷ୍ୟଙ୍କୁ ଗୋଟିଏ କୋଠରିକୁ ନେଇଗଲେ। ସେଠାରେ ଜଣେ ଯୁବ ଶିଷ୍ୟ ନିଦ୍ରାଗତ ଥିଲା।

ଗୁରୁ ପଚାରିଲେ- ‌ୟେ ଏବେ କ’ଣ କରୁଛି? ସମସ୍ତେ ଉତ୍ତର ଦେଲେ- ଶୋଇଛି।

ଗୁରୁ କହିଲେ- ତୁମେମାନେ ଜାଗ୍ରତ ଅଛ ବୋଲି ସିନା ଜାଣୁଛ ଏ ଶୋଇଛି ବୋଲି। ୟେ ନିଜେ କ’ଣ ଜାଣିଛି ଯେ ୟେ ଶୋଇଛି? ଶୋଇଛି ବୋଲି ସେ ନିଜେ ଜାଣିବା ଲାଗି ତାକୁ ଉଠିବା ଦରକାର। ଏହା କହି ଗୁରୁ ଶୋଇଥିବା ଶିଷ୍ୟକୁ ପାହାରେ ଦେଲେ। ସେ ଉଠି ବସିଲା।

ତା’ ପରେ ଗୁରୁ ସେ ଆଡ଼କୁ ଆଦୌ ନ ଚାହିଁ କହିଲେ- ତୁମେମାନେ ଚାଲୁଛ, ବୁଲୁଛ, ସବୁ କାମ କରୁଛ, କିନ୍ତୁ ସବୁ କିଛି ବେ‌େହାସ ଅବସ୍ଥାରେ ଥିଲା ଭଳି କରୁଛ। ତୁମର ପ୍ରତି କ୍ଷଣ ହୋସପୂର୍ବକ କଟିବା କଥା। ସେଥି ଲାଗି ତୁମକୁ ତନ୍ଦ୍ରା ଛାଡ଼ି ଚେଇଁ ଉଠିବା ଦରକାର। ସେଇ କାରଣରୁ ତୁମମାନଙ୍କୁ ପାହାରେ ପାହା‌େର ବି ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe