ସାଧୁ, ଚେଲା ଓ ବୈରାଗ୍ୟ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ସାଧୁ ଥିଲେ ପରମ ବୈରାଗୀ। ତାଙ୍କ ଠ‌ାରେ ଯୁବ ଚେଲାଟିଏ ଜୁଟିଲା। ସେ ବି ବୈରାଗ୍ୟ ଦ୍ବାରା ଉଦ୍‌ବୁଦ୍ଧ ହେଲା। କିନ୍ତୁ ତା’ ପ୍ରତି ସାଧୁଙ୍କର ସର୍ବଦା ସନ୍ଦେହ ରହିଥାଏ।
ଥରେ ସାଧୁ ଓ ଚେଲା ଗୋଟିଏ ଦୂର ସ୍ଥାନକୁ ଯାଉଥିଲେ। ବାଟରେ ସେମାନେ ଗୋଟିଏ ଗଛ ମୂଳରେ ବିଶ୍ରାମ ନେଲେ। ସାଧୁ ଏପଟ ସେପଟ ଚାହୁଁଥିବା ବେଳେ କିଛି ଦୂରରେ ପଡ଼ିଥିବା ଏକ ମୂଲ୍ୟବାନ ସୁବର୍ଣ୍ଣ ଅଳଙ୍କାର ତାଙ୍କ ଦୃଷ୍ଟିରେ ପଡ଼ିଲା। ତାହା କାଳେ ଚେଲାଟି ମନରେ ପ୍ରଲୋଭନ ଜାଗ୍ରତ କରିବ ବୋଲି ସେ ସେହି ଅଳଙ୍କାରକୁ ଚଟାପଟ ଉଠାଇ ଆଣି ଗଛର କୋରଡ଼ରେ ଲୁଚାଇ ଦେଲେ।

କିଛି ସମୟ ପରେ ଉଭୟ ପୁଣି ସେମାନଙ୍କ ଯାତ୍ରା ଆରମ୍ଭ କଲେ। ବାଟରେ ଚେଲା ପଚାରିଲା- ଗୁରୁଜୀ, ମୁଁ ଅଧା ଶୁଆ ଥିଲା ବେଳେ ଦେଖିଲି ଆପଣ ଗଛ କୋରଡ଼ ପାଖକୁ ଯାଇ କ’ଣ ସବୁ କରୁଥିଲେ। କ’ଣ କରୁଥିଲେ?

ମିଛ କହିବା ଗୁରୁଙ୍କ ଜାତକରେ ନ ଥିଲା। ‌ତେବେ ସେ ଅପ୍ରସ୍ତୁତ ହୋଇ କହିଲେ- ବାବୁ ମୁଁ ଗୋଟିଏ ଅଳଙ୍କାର ପଡ଼ିଥିବା ଦେଖିଲି। କାଳେ ତାହା ତୁମକୁ ଲୋଭାନ୍ବିତ କରିବ ତେଣୁ ତାକୁ ତୁମ ଠାରୁ ଲୁଚେଇ ଦେଉଥିଲି।

ଶିଷ୍ୟ କହିଲା- ମହାତ୍ମା, ଓଃ ତାହା ମୁଁ ମଧ୍ୟ ଦେଖିଥିଲି। ତାହା ଆପଣଙ୍କୁ ଏକ ଅଳଙ୍କାର ଭଳି ଦିଶିଲା? ମୋତେ ତାହା ସେତିକି ବି ଦିଶିଲା ନାହିଁ।

ଗୁରୁ ଏବେ ଶିଷ୍ୟକୁ କୁଣ୍ଢାଇ ପକାଇଲେ ଓ କହିଲେ- ତୁମେ ଏବେ ପ୍ରକୃତରେ ବୈରାଗୀ ହୋଇ ସାରିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe