ଓଜନ ପ୍ରସଙ୍ଗ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହିତ କିଛି ଆଲୋଚନା କରୁଥିଲେ। ସେତିକି ବେଳେ ଗୋଟିଏ ଗିଲାସରେ ପାଣି ଭର୍ତ୍ତି କରି ପିଲାମାନଙ୍କୁ ପଚାରିଲେ- କହି ପାରିବ କି ଏହାର ଓଜନ କେତେ ହେବ?

ପିଲାମାନେ କହିଲେ- ଅଧିକ ହେବ ନାହିଁ। ଅତି ବେଶୀରେ ଶହେ ଗ୍ରାମ୍‌ ହୋଇପାରେ।

ଶିକ୍ଷକ କହିଲେ- ଠିକ କହିଛ। ଏହା ହାଲୁକା ହୋଇଥିବାରୁ ଏହି ଗିଲାସରୁ ପାଣି ପିଇବା ବେଳେ ଅସୁବିଧା ହୋଇ ନ ଥାଏ। କିନ୍ତୁ ଏହି ଗିଲାସକୁ ଯଦି ଆମେ ଘଣ୍ଟାଏ ନିରବଚ୍ଛିନ୍ନ ଭାବରେ ଟେକି ଧରିବା ତେବେ ଆମ ହାତ ବିନ୍ଧିବ। ହାଲୁକା ଗିଲାସ ବି ଓଜନିଆ ଲାଗିବ। ଆଉ ଯଦି କାହାକୁ ସାରା ଦିନ ସକାଶେ ଏହାକୁ ଧରି ରଖିବାକୁ କୁହାଯାଏ, ସେ ପାରିବ ନାହିଁ। ତା’ର ହାତ ଅବଶ ହୋଇଯିବ।

ଏହି କଥାଟି କହିସାରି ଶିକ୍ଷକ କହିଲେ- ତେଣୁ ମନରେ କେତେବେଳେ ଟିକିଏ ହେଲେ ବି ଦୁଶ୍ଚିନ୍ତା ବା ଦୁର୍ଭାବନା ପୂରାଇବ ନାହିଁ। ଯେତେ ଟିକିଏ ହେଲେ ବି ଯଦି ତାହା ଅଳ୍ପ ସମୟ ଭିତରେ ମୁଣ୍ଡରୁ ବାହାରିଗଲା ତାହା ହେଲେ ଭଲ! କିନ୍ତୁ ଯଦି ତାହା ଲମ୍ବା ସମୟ ଧରି ମୁଣ୍ଡରେ ରହିଲା, ତେବେ ତୁମର ମୁଣ୍ଡକୁ ଅବସନ୍ନ କରିଦେବ, ତୁମ ମୁଣ୍ଡ କାମ କରିବ ନାହିଁ। ତା’ର ଓଜନରେ ତୁମେ ଅବସନ୍ନ ହୋଇଯିବ।

ତେଣୁ ମନରେ ନକାରାତ୍ମକ ଭାବନାକୁ କଦାପି ସ୍ଥାନ ଦେବା ଉଚିତ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe