ଚାଷୀ ଓ ପଣ୍ଡିତ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ପଣ୍ଡିତ ଥରେ ଦେଖିଲେ ଯେ ଜଣେ ସାଧାରଣ ଚାଷୀ ଗୋଟିଏ ଆମ୍ବ ଗଛ ମୂଳରେ ଠିଆ ହୋଇ ଉପରକୁ ଚାହିଁ କ’ଣ ସବୁ କହିଲା। ଗଛଟିରେ ତତ୍‌କ୍ଷଣାତ୍‌ ପାଚିଲା ଆମ୍ବ ଝୁଲିଲା। ଚାଷୀ ତାହା ସଂଗ୍ରହ କରି ଯିବାକୁ ବାହାରିଲା।

ପଣ୍ଡିତ ତାକୁ ଅଟକାଇ ତା’ ଠାରୁ ମନ୍ତ୍ରଟି ଶିଖିବାକୁ ଜିଦ କଲେ। ସେ କହିଲେ- ମୁଁ ଜଣେ ପଣ୍ଡିତ ଅଥଚ ମୋ ପାଖରେ ଏ ବିଦ୍ୟା ନାହିଁ। ତୁ ଗୋଟାଏ ମୂର୍ଖ, ଅଥଚ ତୋ ପାଖରେ ତାହା ଅଛି। ଏହା ବିଚିତ୍ର କଥା! ଏହି ବିଦ୍ୟା ନ୍ୟାୟତଃ ମୋ ଭଳି ପଣ୍ଡିତ ପାଖରେ ରହିବା କଥା।

ଚାଷୀ କହିଲା- ଆପଣ ଠିକ୍ କହିଛନ୍ତି। କିନ୍ତୁ ମହାତ୍ମା, ମୁଁ କୌଣସି ମନ୍ତ୍ର ପାଠ କରେ ନାହିଁ। ହୃଦୟରେ ଯାହା ଚିନ୍ତା କରି ମାଗିଦିଏ, ତାହା ମିଳିଯାଏ। ମୋ ବାପା ମୋତେ କେବଳ ସେତକ କରିବାକୁ କହିଥିଲେ। ମୋତେ ଭଗବାନଙ୍କ ଆଶୀର୍ବାଦରୁ ମିଳିଯାଉଛି! ଆପଣ ସେତିକି କରନ୍ତୁ।

ପଣ୍ଡିତ ତାହା କଲେ। ବହୁତ ଚେଷ୍ଟା କଲେ। କିନ୍ତୁ କୌଣସି ଲାଭ ହେଲା ନାହିଁ। ତେଣୁ ନିରୁପାୟ ହୋଇ ସେ ତାଙ୍କ ଗୁରୁଙ୍କ ନିକଟକୁ ଗଲେ।

ଗୁରୁ ସବୁ ଶୁଣି କହିଲେ- ବାବୁ ତୋତେ ସିନା ଶାସ୍ତ୍ର ଶିକ୍ଷା ଦେଲି, କିନ୍ତୁ ଅସଲ କଥାଟି ଶିିଖାଇ ପାରିଲି ନାହିଁ। ବର୍ଷା ହେଲେ ପର୍ବତ ପାଣି ଧରି ରଖି ପାରେ କି? ପାଣି ସବୁ ଖାଲୁଆ ଜାଗାରେ ଭରିଯାଏ। ସେମିତି ତୁ ତୋ ପାଣ୍ଡିତ୍ୟର ଅହଂକାରରେ ଭରା ପର୍ବତ ଭଳି ହୋଇଛୁ। ଭଗବାନଙ୍କ ଆଶୀର୍ବାଦକୁ ଧରି ରଖିବା ଭଳି ଖାଲି ଜାଗା ତୋ ପାଖରେ ନାହିଁ। ତେଣୁ ଏଭଳି ଅବସ୍ଥା। ତୁ କେବେ ହେଲେ ସେହି ଅଲୌକିକତା ପାଇପାରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe