ସେବା ମୂଳେ ସ୍ନେହ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ମଦର ଟେରେସା ତାଙ୍କ ଅନୁଭୂତିରୁ ଏଇ କଥାଟି କହିଥିଲେ।

ଥରେ ମଦର ଟେରେସାଙ୍କ ଦ୍ବାରା ସ୍ଥାପିତ କଲିକତାର ମିସ୍‌ନାରିଜ୍‌ ଅଫ୍‌ ଚ୍ୟାରିଟିର ଆଶ୍ରୟସ୍ଥଳକୁ ଜଣେ ବୃଦ୍ଧ ବୁହା ହୋଇ ଆସିଲେ। ପରିତ୍ୟକ୍ତ ଅବସ୍ଥାରେ ସେ ଏକ ନାଳରେ ପଡ଼ିଥିଲେ। ତାଙ୍କ ସ୍ଥିତି ଥିଲା ଗୁରୁତର।

ତୁରନ୍ତ ତାଙ୍କ ସେବାର ଦାୟିତ୍ବ ନିଆଗଲା। କିଛି ଦିନ ଭିତରେ ସେ ସୁସ୍ଥ ହୋଇ ଉଠିଲେ। ଜଣାଗଲା ଯେ ସେ ଗୋଟିଏ ମଧୢବିତ୍ତ ପରିବାରର ସଦସ୍ୟ। ପତ୍ନୀଙ୍କ ମୃତ୍ୟୁ ହୋଇସାରିଛି। ନିଜ ପୁଅ ବୋହୂଙ୍କ ଦ୍ବାରା ପରିତ୍ୟକ୍ତ ହୋଇ ସେ ଘରୁ ବାହାରକୁ ଚାଲି ଆସିଥିଲେ ଏବ˚ କିଛି ଦିନ କ୍ଷୁଧାରେ ରହିବା ପରେ ତାଙ୍କର ଏଇଭଳି ଦଶା ହୋଇଥିଲା।

ସେ ମଦର ଟେରେସାଙ୍କୁ କହିଲେ- ମା’ ମୋ ବୋହୂ ମଣିଷ ନୁହେଁ, ରାକ୍ଷସୀ। ତା’ ପାଖରେ ଦୟା, କ୍ଷମା ଓ ସେବା କରିବାର ଲେଶ ମାତ୍ର ଭାବ ନାହିଁ।
ମଦର ତାଙ୍କ ହାତ ଧରି ପକାଇ କହିଲେ- ନା ଏପରି କୁହନ୍ତୁ ନାହିଁ। ଜଣେ ମାନବୀ ପୂର୍ଣ୍ଣ ରୂପେ ରାକ୍ଷସୀ ହୋଇ ନ ପାରେ। ଦେଖନ୍ତୁ, ନିଜ ସନ୍ତାନମାନଙ୍କ ପ୍ରତି ତାଙ୍କର ଅତ୍ୟନ୍ତ ସ୍ବର୍ଗୀୟ ସ୍ନେହ ଭାବ ନିଶ୍ଚୟ ଥିବ, ଯାହା ହୁଏ’ତ ଆପଣଙ୍କ ଲାଗି ତାଙ୍କ ମନରେ ନ ଥିଲା। ତେଣୁ ସେ ଆପଣଙ୍କ ତତ୍ତ୍ବ ନେଲେ ନାହିଁ। କିନ୍ତୁ ତାଙ୍କର ସନ୍ତାନମାନଙ୍କ ଶରୀର ଅସୁସ୍ଥ ହେଲେ ସେ କ’ଣ ସେବା କରନ୍ତି ନାହିଁ? ସେବା ପଛରେ ଥିବା ମୂଳ କଥା ହେଲା ସ୍ନେହ। ତାହା ନ ଥିଲେ ଜଣେ ସେବା କରି କ୍ଳାନ୍ତ ହୋଇଯିବ, ଅଧିକ ଦିନ ସେବା କରିପାରିବ ନାହିଁ। ସେବାକୁ କର୍ତ୍ତବ୍ୟ ଭାବି କଲେ ମଧୢ ସେଇ ଦୋଷ ରହିବ।

ବୃଦ୍ଧ ମଦରଙ୍କୁ କହିଲେ- ସତ କଥା, ଆପଣ ସ୍ନେହର ମୂର୍ତ୍ତିମନ୍ତ ଅବତାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe