ମଣିଷ ଭିତରେ କେତେ ମଣିଷ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ମହାରାଜ ସନ୍ଥଙ୍କୁ କହିଲେ- ଆପଣ କହୁଛନ୍ତି ଆମର ଅନେକ ପରିଚୟ। ତାହା ବୁଝାଇ ଦିଅନ୍ତୁ।

ସନ୍ଥ କହିଲେ- କାଲି ସୂର୍ଯ୍ୟୋଦୟ ପୂର୍ବରୁ ଆପଣ ଶଯ୍ୟା ତ୍ୟାଗ କରି ମୋ ପାଖକୁ ଆସିଲେ ତା’ର ଉତ୍ତର ପାଇବେ।

ରାଜା କହିଲେ- କାଲି ମୋତେ ପାହାନ୍ତାରୁ ଡାକିଦେବ। ଶୋଇବାକୁ ଯିବା ପୂର୍ବରୁ ପାହାନ୍ତାରେ ଡାକିବା ଲାଗି ନିଜ ପରିଚାରକମାନଙ୍କୁ ତିନି ଥର ଚେତେଇ ଦେଲେ।

ପ୍ରବଳ ଶୀତ ରାତି। ସୂର୍ଯ୍ୟୋଦୟ ପୂର୍ବରୁ ରାଜାଙ୍କୁ ଡକାଗଲା। ରାଜା ରେଜେଇକୁ ଆହୁରି ଟାଣି ନେଇ ଶୋଇଲେ। ଅଧିକ ଡାକିବାରୁ ରାଜା ରାଗି ଯାଇ ଯିଏ ହଇରାଣ କରୁଛି ତାକୁ ଫାଶୀ ଦେବେ ବୋଲି ଧମକ ଦେଇ ଶୋଇଗଲେ। ତା’ ପରେ ନିତି ଦିନ ଭଳି ବିଳମ୍ବରେ ଉଠି କାହିଁକି ଡାକିଲ ନାହିଁ ବୋଲି ପଚାରନ୍ତେ ପରିଚାରକମାନେ ଯାହା ଘଟିଥିଲା, ସବୁ କହିଗଲେ। ଏହା ଶୁଣି ରାଜା ଦୁଃଖ ପ୍ରକାଶ କଲେ।

ସନ୍ଥ ଏହା ଶୁଣି କହିଲେ- ଦେଖନ୍ତୁ ମହାରାଜ, ଏତିକି ସମୟ ଭିତରେ ଆପଣ ତିନି ଜଣ ମଣିଷ। ଯେ କହିଲେ ସକାଳୁ ଡାକିଦେବ, ସକାଳୁ ଡକାଗଲା ବେଳକୁ ଯେ କହିଲେ ଫାଶୀ ଦେଇ ଦେବେ ଏବ˚ ସକାଳେ ଉଠିଲା ପରେ ଯେ ଦୁଃଖ ପ୍ରକାଶ କରୁଛନ୍ତି; ଏମାନେ ସମାନ ନୁହନ୍ତି। ଏମାନେ ସମସ୍ତେ ଆପଣଙ୍କ ଭିତରେ ଥିବା ଭିନ୍ନ ଭିନ୍ନ ତିନି ଜଣ ମଣିଷ।

ଏମିତି ଜଣେ ମଣିଷ ଭିତରେ କେତେ ମଣିଷ ଓ କେତେ ପରିଚୟ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe