ବାଦଶାହ ଓ ଫକିର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ବାଦଶାହଙ୍କୁ ଫକିର ପଚାରିଲେ- ମହାରାଜ, ଆପଣଙ୍କ ଜୀବନର ଲକ୍ଷ୍ୟ କ’ଣ?

ବାଦଶାହ କହିଲେ- ଅମାପ ସଂପତ୍ତି ଠୁଳ କରିବା।

ଫକିର କହିଲେ - କାହିଁକି?

ବାଦଶାହ କହିଲେ- ସଂପଦ ହିଁ ସୁଖ ଦେବ।

ସେହି ଦିନ ରାତିରେ ବାଦଶାହଙ୍କୁ ନିଦ ହେଉ ନ ଥିଲା। ସେ ଛାତ ଉପରେ କାହାର ପାଦ ଶବ୍ଦ ଶୁଣିଲେ। ସେ ଡାକ ପକାଇଲେ। କିଛି ସମୟ ପରେ ରକ୍ଷୀ ଯେଉଁ ଲୋକଙ୍କୁ ଧରି ଆସିଲା, ‌ସେଥିଲେ ସେହି ଫକିର।

ବିସ୍ମିତ ବାଦଶାହ ପଚାରିଲେ- ଆପଣ ଏତେ ରାତିରେ ଛାତ ଉପରେ କ’ଣ କରୁଥିଲେ?

ଫକିର କହିଲେ- ମୋ ଓଟ ହଜି ଯାଇଛି, ତାକୁ ଖୋଜୁଥିଲି।

ବାଦଶାହ ବିସ୍ମିତ ହୋଇ କହିଲେ- ପାଗଳ, ଛାତ ଉପରେ ଓଟ ଖୋଜିବାର ମତଲବ?

ଫକିର କହିଲେ- ଆପଣ ସଂପତ୍ତି ଭିତରେ ସୁଖ ଖୋଜିବାର ମତଲବ?

ରାଜା କହିଲେ- ସେଥିରେ ଅସୁବିଧା କେଉଁଠି?

ଫକିର କହିଲେ- ସଂପଦ ଠୁଳ କରୁଛନ୍ତି ସିନା, କାଳେ ତାହା କେବେ ହାତରୁ ଚାଲିଯିବ, ସେଥି ଲାଗି ସର୍ବଦା ତତ୍ପର। ସେଥି ଲାଗି ଏତେ ବଡ଼ ପ୍ରାଚୀର, ଏତେ ପହରା! ନୁହେଁ କି? ସେହି ଭୟ ବିଷୟରେ କେବେ ଭାବିଛନ୍ତି? ଆପଣ ମୋ ଭଳି ନିଶ୍ଚିନ୍ତରେ ଘର ଦୁଆର ମେଲା କରି ଏକୁଟିଆ ଶୋଇ ପାରିବେ? ଆପଣ ଯଦି ଭୟରୁ ମୁକ୍ତି ପାଇ ନାହାନ୍ତି, ସୁଖ ପାଇବେ କେମିତି? ସଂପତ୍ତିରୁ ସୁଖ ଖୋଜା ଓ ଛାତ ଉପରେ ଓଟ ଖୋଜା ଭିତରେ ଫରକ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe