ଭୟ ବି ଭଲ

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବ୍ୟକ୍ତି ଗୁରୁଙ୍କୁ କହିଲେ- ମହାଶୟ, ମୋ ଭିତରେ ଗୋଟିଏ ଦୁର୍ବଳତା ରହୁଛି। ତାହା ହେଲା, ମୁଁ ଡରୁଆ ବୋଲି ମୋର ଧାରଣା। ମୋ ମନରୁ ଡର ଦୂର କରନ୍ତୁ।

ଗୁରୁ କହିଲେ- ଠିକ୍‌ ଅଛି। ତୁମକୁ ଗପଟିଏ କହୁଛି। ତାହା ଶୁଣିଲେ ତୁମେ ଟିକିଏ ପରିଷ୍କାର ଭାବେ କିଛି ଚିନ୍ତା କରିପାରିବ।

ଗୋଟିଏ ଜଙ୍ଗଲରେ ଠେକୁଆ ପରିବାରଟିଏ ଥିଲେ। ସେମାନେ ଥିଲେ ତାଙ୍କ ଅଞ୍ଚଳର ସବୁଠାରୁ ପୁରୁଣା ବାସିନ୍ଦା। ସେମାନେ ଯେତେବେଳେ ସେଠାରେ ରହିଲେ, ସେ ଅଞ୍ଚଳରେ ଆଉ କୌଣସି ଜନ୍ତୁଜୁନ୍ତା ନ ଥିଲେ। ତେଣୁ ସେମାନେ ନିର୍ଭୟରେ ବୁଲାଚଲା କରୁଥିଲେ। ଦିନେ ଦଳର ମୁଖିଆ ବୁଢ଼ା ଠେକୁଆ ଆସି କହିଲା ଭାଇମାନେ ଶୀଘ୍ର ଲୁଚିଯାଅ।

ଏଭଳି ଲୁଚିବା ଠେକୁଆମାନଙ୍କ ଲାଗି ନୂଆ ଥିଲା। ତଥାପି ସେମାନେ ଲୁଚିଗଲେ। କିଛି ସମୟ ପରେ ମୁଖିଆ କହିଲା- ଏବେ ବାହାରକୁ ଆସ।
ସମସ୍ତେ ବାହାରକୁ ଆସିବା ପରେ ସେ କହିଲା- ଭାଇମାନେ ସମୟ ବଦଳି ଯାଇଛି। ଗୋଟିଏ କଟାଶ ଆମ ଅଞ୍ଚଳରେ ବୁଲାବୁଲି କରୁଥିବାର ଆଭାସ ପାଇଲି। ଏଣିକି ଆଉ ଆଗ ଭଳି ନିର୍ଭୟରେ ବୁଲାବୁଲି କରିହେବନାହିଁ।

ଏ କଥାକୁ ଦଳର କିଛି ଯୁବକ ନାପସନ୍ଦ କରି କହିଲେ- ଆମେ ଯେମିତି ଖୁସିରେ ବୁଲୁଥିଲେ ସେମିତି ବୁଲିବା। ବୁଢ଼ା ମହା ଡରୁଆ।

କହିବା ବାହୁଲ୍ୟ ଯେଉଁମାନେ ବୁଢ଼ା କଥାରେ ଭୟାଳୁ ଥିଲେ ବଂଚି ପାରିଲେ। ତେଣୁ ଅଯଥା ଭୟ ସିନା ଭଲ ନୁହଁ। କିନ୍ତୁ ଯଥାର୍ଥ ଭୟ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe