ଭୁଲ୍ କାହାର

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ରାଜା ଓ ମନ୍ତ୍ରୀ ଦିନେ ସଂଧ୍ୟା ବେଳେ ପଦଚାରଣା କରିବାକୁ ବାହାରିଲେ। ବାଟରେ ଗୋଟିଏ ସ୍ଥାନରେ କାଦୁଅ ହୋଇ ରାସ୍ତା ପିଚ୍ଛିଳ ହୋଇଥିବାରୁ ରାଜାଙ୍କ ପାଦ ତା’ରି ଉପରେ ପଡ଼ି ଯାଇ ତାଙ୍କ ଗୋଡ଼ ଖସିଯିବାରୁ ସେ ପଡ଼ିଗଲେ। ତାଙ୍କ ପୋଷାକ କର୍ଦ୍ଦମାକ୍ତ ହୋଇଗଲା। ଉଭୟେ ସେହି ଠାରୁ ଫେରି ଆସିଲେ।

ଏ କଥାରେ ମନ୍ତ୍ରୀ କିନ୍ତୁ ଭୀଷଣ ରାଗି ଯାଇଥିଲେ। ସେ ତତ୍‌କ୍ଷଣାତ୍‌ ଲୋକ ପଠାଇ ରାସ୍ତା କେମିତି କାଦୁଅ ହେଲା ବୋଲି ଜାଣିବାକୁ ଚାହିଁଲେ। କିଛି ସମୟ ପରେ ଜଣେ ବୃଦ୍ଧ କୃଷକକୁ ଧରି ଅଣାଗଲା, ଯିଏ ତା’ ଜମିରେ ପାଣି ମଡ଼ାଇ ମଡ଼ାଇ ରାସ୍ତାକୁ କାଦୁଅ କରି ଦେଇଥିଲା। ମନ୍ତ୍ରୀ ତାକୁ ନେଇ ରାଜାଙ୍କ ନିକଟକୁ ଗଲେ ଏବଂ କହିଲେ ମହାରାଜ, ଆପଣ ଆଜି ଯେମିତି ଅପଦସ୍ତ ହେଲେ, ତା’ରି ମୂଳ କାରଣ ହେଉଛି ଏହି ଲୋକ। ଇଏ ରାସ୍ତାକୁ କାଦୁଅ କରିଥିଲା।

ରାଜା ବିସ୍ମିତ ହୋଇ ମନ୍ତ୍ରୀଙ୍କୁ କହିଲେ- ଆପଣଙ୍କ ବିଚାର ବୁଦ୍ଧି କୁଆଡ଼େ ଗଲା? ଆପଣ ୟାକୁ କାହିଁକି ଧରି ଆଣିଲେ? ମୁଁ ପଡ଼ି ଯିବାରେ ଯଦି କାହାର କୌଣସି ଦୋଷ ଥାଏ, ତେବେ ତାହା ମୋର। କାରଣ ରାସ୍ତା କାଦୁଆ ହୋଇଥିବା ହେତୁ ନୁହେଁ, ବରଂ ମୁଁ ଚାଲିବା ବେଳେ ସତର୍କ ନ ଥିବାରୁ ଏମିତି ହେଲା।

ସେହି ଲୋକଟିକୁ ଖଲାସ କରି ଦିଆଗଲା। ରାଜା ମନ୍ତ୍ରୀଙ୍କୁ କହିଲେ- ଆପଣ ବିଚାର କଲେ ଦେଖିବେ ଯେ ଯେଉଁଠାରେ ବି ଯାହା ଭୁଲ୍‌ ହେଉଛି, ଆମେ ତା’ର କାରଣ ସିନା ଅନ୍ୟ କାହା ଉପରେ ବା ପରିସ୍ଥିତି ଉପରେ ଲଦି ଦେଉଛେ। ପ୍ରକୃତରେ ଦୋଷ ଆମର। ଆମେ ଜାଗ୍ରତ ରହିଲେ ଭୁଲ୍‌ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe