ରାଜା ଓ ନସିରୁଦ୍ଦିନ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଥରେ ଅପରାହ୍‌ଣରେ ରାଜା ଅଭ୍ୟାସ ମୁତାବକ ବୁଲି ବାହାରିଲେ। ସବୁ ଦିନ ଭଳି ମୁଲ୍ଲା ନସିରୁଦ୍ଦିନ ବି ସାଙ୍ଗରେ ଗଲେ। ତେବେ, ସେ ଦିନ ରାଜାଙ୍କ ଚିଡ଼ିଆଖାନାର ଯନ୍ତାରୁ ସି˚ହଟିଏ ବାହାରି ଆସିଥିବା କଥା କାହାକୁ ଜଣା ନ ଥିଲା। ତ ହଠାତ୍‌ ସି˚ହଟି ବାହାରି ଆସି ରାଜାଙ୍କ ବାଟ ଓଗାଳି କିଛି ଦୂରରେ ବସିଲା। ପାଖରେ ଥିବା କିଛି ସଭାସଦ୍‌ ବିକଳ ହୋଇ ରାଜାଙ୍କ ମୁହଁକୁ ଚାହିଁଲେ। ରାଜାଙ୍କ ପାଖରେ ଛୋଟିଆ ଛୁରୀଟିଏ ବି ଥିଲା। ତେଣୁ ରାଜା ଏଭଳି ସ୍ଥିତିରେ ଯାହା କରିବା କଥା ସ୍ଥିର କରିନେଇ ସି˚ହ ଆଡ଼କୁ ଅଗ୍ରସର ହେବାକୁ ଉଦ୍ୟତ ହେଲେ। ମୁଲ୍ଲା ନସିରୁଦ୍ଦିନ ତାଙ୍କୁ ଧରି ପକାଇ ଚିତ୍କାର କଲେ ସମସ୍ତେ ଗଛ ଉପରେ ଚଢ଼ିଯାଅ। ଏହା ଶୁଣି ଦୁଇ ଜଣ ପରିଚାରକ ରାଜାଙ୍କୁ ଭିଡ଼ି ନେଇ ଗଛ ଉପରକୁ ଟେକି ଦେଲେ। ସି˚ହ ଦୌଡ଼ି ଆସିବା ବେଳକୁ ଯାହାହେଉ ଚିଡ଼ିଆଖାନାର ରକ୍ଷକ ଜାଲ ପକାଇ ତାକୁ କାବୁ କରିନେଲେ।

ଏ ଘଟଣାକ୍ରମରେ ରାଜା ଚିଡ଼ି ଯାଇ ମୁଲ୍ଲାଙ୍କୁ କହିଲେ- ମୁଲ୍ଲା ତୁମେ କ’ଣ କଲ? ଲୋକେ କହିବେ କି ନାହିଁ ଯେ ରାଜା ମାଇଚିଆ!

ମୁଲ୍ଲା କହିଲେ- ଜାହାଁପନା, ଏତେ ବଡ଼ ସି˚ହ ଆଗକୁ ଛୋଟିଆ ଛୁରୀ ଧରି ଡେଇଁପଡ଼ିବାଟା ସାହସ ନୁହେଁ, ଦୁର୍ବୁଦ୍ଧି। ଲୋକେ ମାଇଚିଆ କହନ୍ତୁ ପଛକେ ମୂର୍ଖ ବୋଲି ନ କହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe