ଗୁରୁଙ୍କ ଉପଦେଶ

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ଜଣେ ବଡ଼ ବ୍ୟବସାୟୀ ଥିଲେ। ତାଙ୍କର ସବୁଠାରୁ ପାଖ ଲୋକ ବ୍ୟବସାୟୀଙ୍କ ବିଶ୍ବାସର ସୁଯୋଗ ନେଇ ଟଙ୍କା ବାଟମାରଣା କରି ନିଜ ଲାଗି ବିରାଟ ଅଟ୍ଟାଳିକା, ବିସ୍ତୃତ ଜାଗାବାଡ଼ି କଲା।

ତେବେ ଦିନେ ଏହି ଚୋରି କଥା ବ୍ୟବସାୟୀଙ୍କ କାନରେ ପଡ଼ିଲା। ସେ ଦୁଃଖରେ କାନ୍ଦି ପକାଇଲେ। ତା’ ପରେ ତାକୁ ଡାକି କହିଲେ- ତୁମେ ମୋ ସହିତ ଏଭଳି ବିଶ୍ବାସଘାତକତା କରିବ ବୋଲି ମୁଁ କେବେ ହେଲେ ଭାବି ନ ଥିଲି। ତୁମର ଏତେ ବର୍ଷର ସେବାକୁ ମନେ ପକାଇ ମୁଁ ତୁମକୁ ଛାଡ଼ି ଦେଉଛି। ତେବେ, ତୁମେ ଆଜି ଠାରୁ ଏଠାରୁ ଚାଲିଯାଅ।

ଏ କଥାଟି କ୍ରମେ ଜାଣିଲେ ବ୍ୟବସାୟୀଙ୍କ ଗୁରୁ।

ସେ ଦିନେ କହିଲେ- ତୁମେ ଏ କି ନିଷ୍ପତ୍ତି ନେଲ? ଶୀଘ୍ର ତାକୁ ଡାକି କାମରେ ରଖ।

ବ୍ୟବସାୟୀ ବିସ୍ମିତ ହୋଇ କହିଲେ- ଏ କ’ଣ କହୁଛନ୍ତି? ସେଭଳି ବିଶ୍ବାସଘାତକକୁ ପୁଣି କାମରେ ରଖିବି?

ଗୁରୁ କହିଲେ- ତୁମ ନିଜ ଗୁଣ ହେତୁ ତୁମ ନିକଟତମ ଲୋକ ତୁମକୁ ଏତେ ବାଟ ଠକି ପାରିଲା। ଏବେ ତୁମେ ଆଉ ଯାହାକୁ ତା’ ଜାଗାରେ ରଖିବ ସେ ବି ଠକି ଚାଲିବ। କେବଳ ଏତିକି ଫରକ, ତୁମ ପୁରୁଣା ଲୋକଟି ସବୁ କିଛି କରିସାରିଲାଣି। କିନ୍ତୁ ତୁମେ ଯେଉଁ ନୂଆ ଲୋକ ରଖିବ ସେ ବି ତା’ ପାଇଁ ଅଟ୍ଟାଳିକା ଓ ଜାଗାବାଡ଼ି କରିବ। ଏବେ ତୁମେ ବିଚାର କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe