ବିଶ୍ବାସର କଥା

Advertisment

କଥାଟିଏ - ଯାଯାବର

କଥାଟିଏ - ଯାଯାବର

ସୁନାର ମୂଲ୍ୟ

i-love-png.com

ମରୁଭୂମିରେ ପାଣି ବିନା ମରିବା ସୁନିଶ୍ଚିତ ବୋଲି ଧରି ନେଇଥିବା ଜଣେ ପଥିକଙ୍କୁ ଦୂରରେ ଦିଶିଲା ଘରଟିଏ। କାଳେ ପାଣି ମିଳିବ ବୋଲି ତାଙ୍କ ମନରେ ଆଶା ଜାଗ୍ରତ ହେଲା। ଘରେ ପଶି ଯାଇ ସେ ଦେଖିଲେ ଯେ ଘରଟି ଜନମାନବଶୂନ୍ୟ। ସେଠାରେ ଟୋପାଏ ବି ପାଣି ନାହିଁ। କେବଳ ଅଛି ଗୋଟିଏ ଶୁଖିଲା ନଳକୂଅ, ଯେଉଁଥିରୁ ଗୋଟିଏ ପାଇପ୍‌ ମାଟିରେ ପଶିଛି।

କାଳେ ପାଣି ମିଳିବ ବୋଲି ଭାବି ତୃଷାର୍ତ୍ତ ବ୍ୟକ୍ତି ନଳକୂପର ହ୍ୟାଣ୍ତଲ ମାରିବାକୁ ଲାଗିଲେ, କିନ୍ତୁ ଟୋପାଏ ପାଣି ବାହାରିଲା ନାହିଁ। ଚରମ କ୍ଳାନ୍ତିରେ ପ୍ରାୟ ଚେତାଶୂନ୍ୟ ହୋଇ ସେ ଲୋଟି ପଡ଼ିଲେ। ସେ ଯେଉଁଠି ପଡ଼ିଲେ ସେଠି ଥିଲା ଗୋଟିଏ ବୋତଲ ଭରା ପାଣି ଏବ˚ ସେଥିରେ ଲାଗିଥିଲା ଗୋଟିଏ ଚିଠି। ସେଥିରେ ଲେଖାଥିଲା- ଏଇ ପାଣିକୁ ନଳକୂଅର ପାଇପ୍‌ରେ ଢାଳି ହ୍ୟାଣ୍ତଲ ମାରିଲେ ମାଟି ତଳୁ ବହୁତ ପାଣି ବାହାରିବ। ତାକୁ ପିଇଲା ପରେ ପୁଣି ଏଇ ବୋତଲରେ ପାଣି ଭରି ତୁମେ ନିଜ ବାଟରେ ଚାଲିଯାଇପାର।

ତୃଷାର୍ତ୍ତ ବ୍ୟକ୍ତି ଦ୍ବନ୍ଦ୍ବରେ ପଡ଼ିଲେ। ବୋତଲର ପାଣି ତକ ପିଇଦେବେ ନା ପାଇପ୍‌ରେ ଢାଳି ଭାଗ୍ୟର ପରୀକ୍ଷା କରିବେ। ସେ ଦ୍ବିତୀୟ କାମଟି କଲେ। ପାଣିକୁ ପାଇପ୍‌ରେ ଢାଳିବା କ୍ଷଣି ଏକ ଖଳଖଳ ଶବ୍ଦ ହେଲା। ତା’ ପରେ ଯତ୍‌ କିଞ୍ଚିତ ବଳ ଥିଲା ତାକୁ ଲଗାଇ ସେ ହ୍ୟାଣ୍ତଲ ମାରିଲେ। ଏଥର ନଳକୂଅର ମୁହଁରୁ ଝରଝର ପାଣି ବାହାରି ଆସିଲା। ଏଥର ସେ ମନ ଭରି ପାଣି ପିଇଲେ, ଅବଶିଷ୍ଟ ଯାତ୍ରା ଲାଗି ପାଣି ସାଙ୍ଗରେ ନେଲେ ଏବ˚ ସେଇ ବୋତଲରେ ପାଣି ଭରିଦେଲେ। ତା’ ପରେ ବୋତଲ ମୁହଁରେ ଲାଗିଥିବା ଲେଖା କାଗଜରେ ଧାଡ଼ିଟିଏ ଯୋଡ଼ିଲେ- ବିଶ୍ବାସ କରନ୍ତୁ, ମୁଁ ଚେଷ୍ଟା କଲି ଓ ଏହା କାମ ଦେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe