ଈଶ୍ୱର ଅଛନ୍ତି

Advertisment
ସୁଖୀ ନସିରୁଦ୍ଦିନ

ମୁଲ୍ଲା ନସିରୁଦ୍ଦିନଙ୍କ ହାତର ଆଙ୍ଗୁଠିଗୁଡ଼ିକରେ ପଟି ବନ୍ଧା ହୋଇଥିବା ଦେଖି ଜଣେ ପଚାରିଲା- ମୁଲ୍ଲା, କ’ଣ ହେଲା?

ମୁଲ୍ଲା କହିଲେ- ଈଶ୍ବର ଅଛନ୍ତି ବୋଲି ଏତକ ହେଲା।

ଲୋକଟି ପଚାରିଲା- କେମିତି?

ମୁଲ୍ଲା କହିଲେ- ତେବେ ଶୁଣ। ରାତିରେ ଗୋଟିଏ ଦୋକାନରେ ଚୋରି ହୋଇଗଲା। ମୁଁ ସେଇ ବାଟେ ଯାଉଥିବା ବେଳେ ଦୋକାନର ଦରଜା ଖୋଲା ଥିବାର ଦେଖି ଭିତରେ ପଶିଥିଲି। ଏଇ ସମୟରେ ମାଲିକ ପହଞ୍ଚିଗଲା। ମାଲିକ ପହଞ୍ଚିବା ଜାଣି ଭୟରେ ମୁଁ ଝରକା ବାଟେ ବାହାରକୁ କୁଦି ପଡ଼ିବାକୁ ବାହାରିଲି। କିନ୍ତୁ ସାହସ ନ ହେବାରୁ ଝରକା ବାଡ଼କୁ ଧରି ଝୁଲି ରହିଲି ଓ ଭଗବାନଙ୍କୁ ଡାକିଲି।

ଏଇ ସମୟରେ ଉତ୍‌କ୍ଷିପ୍ତ ମାଲିକ ସେଠାରେ ପହଞ୍ଚି ଆଲୁଅ ଲଗାଇ ଦେଇ ଦେଖିଲା ଯେ କେହି ଜଣେ ଝୁଲି ରହିଛି। ତା ପରେ ସେ ପାଷଣ୍ଡ ଗୋଟିଏ ହାତୁଡ଼ି ଆଣି ମୋ ଆଙ୍ଗୁଠିଗୁଡ଼ାକୁ ଛେଚି ପକାଇଲା। ମୁଁ ତଳକୁ ଖସି ପଡ଼ିଲି। କିନ୍ତୁ ତଳେ ପାଦ ଲାଗିଲା ପରେ ବୁଝିଲି ଯେ ମାଟି ମୋ ପାଦରୁ ମାତ୍ର ତିନି ହାତ ତଳେ ଥିଲା। ଅନ୍ଧାରରେ ମୁଁ ତାହା ଜାଣିପାରି ନ ଥିଲି।

ଲୋକଟି ଏହା ଶୁଣି କହିଲା- ତୁମେ ଅକାରଣରେ ତୁମ ହାତ ଆଙ୍ଗୁଠି ହରାଇଲ। ପୁଣି କହୁଛ କ’ଣ ନା ଈଶ୍ବରଙ୍କ ଦୟା!

ମୁଲ୍ଲା ଏହା ଶୁଣି କହିଲେ- ଆରେ ନିର୍ବୋଧ, ହାତ ଛାଡ଼ିବା ପରେ ଯଦି ଜାଣି ଥାଆନ୍ତି ଯେ ଝରକାଟା ଦୁଇ ମହଲା ଉପରେ ବୋଲି, ତେବେ କ’ଣ ହୋଇଥାଆନ୍ତା? ଏବେ ତ କେବଳ ଆଙ୍ଗୁଠି ତକ ଯାଇଛି। ସେମିତିରେ ପ୍ରାଣ ଯାଇଥାଆନ୍ତା। ଈଶ୍ବର ଅଛନ୍ତି ବୋଲି ଝରକାଟା ମାଟିରୁ ଏତେ ପାଖରେ ଥିଲା!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe