ସୁଖୀ ନସିରୁଦ୍ଦିନ

ଆମେମାନେ ପ୍ରତି କଥାକୁ ନିଜ ଦୃଷ୍ଟିକୋଣରୁ ଦେଖୁ ବା‌ ବିଚାର କରୁ। ସେହି ସମ୍ବନ୍ଧରେ ଏହି କଥାଟିଏ।

ଜଣେ ଯୁବକ ଜେନ୍‌ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରିବା ଲାଗି ବାହାରିଲା। ସେ ଯେଉଁ ଗୁରୁଙ୍କ ନିକଟକୁ ବାହାରିଥିଲା, ସେ ରହୁଥିଲେ ବହୁ ଦୂରରେ। ଯୁବକଟି ଚାଲିଚାଲି ଅନେକ ବାଟ ଅତିକ୍ରମ କଲା ପରେ ପଡ଼ିଲା ଏକ ଗଭୀର ଓ ପ୍ରଖର ନଦୀ, ଯାହାକୁ ଅତିକ୍ରମ କଲେ ସେ ଗୁରୁଙ୍କ ନିକଟରେ ପହଞ୍ଚିବ।

କିନ୍ତୁ ନଦୀ କୂଳରେ ପହଞ୍ଚିବା ପରେ ସେ ହତାଶ ହୋଇଗଲା। କାରଣ ନଦୀ ପାର କରିବା ତା’ ଲାଗି ଅସମ୍ଭବ ଥିଲା। ନଈ କୂଳରେ ପାର ହେବାର କୌଣସି ସାଧନ ନ ଥିଲା। ଅନେକ ସମୟ ଖୋଜାଲୋଡ଼ା ଏବଂ ଅପେକ୍ଷା କରିବା ପରେ ସାହାଯ୍ୟ ଲାଗି ସେ କାହାକୁ ନ ପାଇବାରୁ ପରିଶେଷରେ ବିଫଳ ମନୋରଥ ହୋଇ ଫେରିବାକୁ ବସିଲା।

ଏତିକି ବେଳେ ସେ ଦେଖିଲା ନଈର ଆର କୂଳରେ ଆ‌ସି ବସିଲେ ଜଣେ ବୃଦ୍ଧ। ତା’ ମନରେ କିଞ୍ଚିତ ଆଶାର ସଂଚାର ହେଲା। ସେ ଭାବିଲା ସେହି ବୃଦ୍ଧ କିଛି ନା କିଛି ବାଟ କହି ପାରିବେ।

ତେଣୁ ସେ ଉଚ୍ଚ ସ୍ବରରେ ପଚାରିଲା- ଆରକୂଳକୁ ଯିବି କେମିତି?

ବୃଦ୍ଧ ଜଣକ ହିଁ ଥିଲେ ସେହି ଜେନ୍‌ ଗୁରୁ। ‌େସ ବଡ଼ ପାଟିରେ ଉତ୍ତର ଦେଲେ- ତୁମେ ତ ଆର କୂଳରେ ଅଛ!

ଏଇ କଥା ପଦକରେ ତାର ଚୈତନ୍ୟ ଉଦୟ ହୋଇଗଲା। ସେ ବୁଝି ପାରିଲା ଯେ ତାର ପ୍ରଶ୍ନ ହିଁ ଭୁଲ୍‌। କାରଣ ତୁମେ କେଉଁ ପଟେ ଅଛ ତା ଉପରେ ନିର୍ଭର କରେ ତୁମ ଲାଗି ଆର କୂଳଟି କେଉଁଟି। ସେ ବୁଝି ପାରିଲା ଯେ ଜୀବନକୁ ନେଇ ବିଚାର କଲା ବେଳେ ସେମିତି ସର୍ବଦା ଦୁଇ ପଟରୁ ଦେଖିବାକୁ ହେବ।

ସେ ତାର ଅଜାଣତରେ ନିଜ ଗୁରୁଙ୍କ ଠାରୁ ତତ୍ତ୍ବଜ୍ଞାନଟି ପାଇ ଘରକୁ ଫେରିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe