ନିଜ ଭିତରେ ଦୀପ ଜଳାଅ

Advertisment
ସୁଖୀ ନସିରୁଦ୍ଦିନ

ଗୋଟିଏ ଅନ୍ଧାର ରାତି। ଦୁଇ ଜଣ ଚାଲିଛନ୍ତି। ଜଣଙ୍କ ହାତରେ ଗୋଟିଏ ଲଣ୍ଠନ। ଅନ୍ଧାରର ବୁକୁ ଚିରି ତାହା ବାଟ ଦେଖାଉଛି।

ଲଣ୍ଠନ ଧରିଥିବା ବ୍ୟକ୍ତି ସହଗାମୀଙ୍କୁ ପଚାରିଲେ- ଆପଣଙ୍କ ଆଲୋକ?

ସେ କହିଲେ- ଆପଣଙ୍କ ହାତରେ ତ ଅଛି। ସେଥିରେ ବାଟ ଦିଶୁଛି।

କିଛି ବାଟ ଗଲା ପରେ ଏକ ଛକ ଆସିଲା। ଲଣ୍ଠନ ଧାରୀ ଏବେ କହିଲେ- ମୁଁ ବାମ ଦିଗକୁ ଯିବି। ଆଉ ଆପଣ?

ସହଯାତ୍ରୀ ହଠାତ୍‌ ବିବ୍ରତ ଦିଶିଲେ ଓ କହିଲେ- ମୁଁ କିନ୍ତୁ ଡାହାଣକୁ ଯିବି। ହେଲେ, ଏତେ ଅନ୍ଧାରରେ ଯିବି କେମିତି?

ଏଭଳି କଥାଟି ଘଟିଥିଲା ବୁଦ୍ଧଦେବଙ୍କ ମୃତ୍ୟୁ ସମୟରେ। ଶେଷ ସମୟ ଉପନୀତ ଜାଣି ବୁଦ୍ଧ କହିଲେ- ଯିବା ବେଳ ଆସିଗଲା। ହେ ଭିକ୍ଷୁ ଗଣ, ଯାହା ପଚାରିବାର ଅଛି ପଚାର।

ଶିଷ୍ୟଙ୍କ ମଧ୍ୟରେ ହାହାକାର ଖେଳିଗଲା। ସାରା ସମୟ ବୁଦ୍ଧଙ୍କ ଛାୟା ଭଳି ରହିଥିବା ଆନନ୍ଦ କ୍ରନ୍ଦନରେ ଅଧୀର ହୋଇ ଉଠିଲେ। ସେ ବାରମ୍ବାର କହି ଚାଲିଲେ- ଆପଣ ରହିବେ ନାହିଁ ତ ଆମେ କରିବୁ କ’ଣ? ଆମକୁ ବାଟ ଦେଖାଇବ କିଏ?

ବୁଦ୍ଧ କ୍ଷୀଣ ଭାବେ ହସିଲେ ଏବଂ କହିଲେ- ଆନନ୍ଦ, ମୁଁ ସର୍ବଦା କହି ଆସିଥିଲି ‘ଆତ୍ମ ଦୀପ ଭବ’ ଅର୍ଥାତ୍‌ ନିଜେ ନିଜ ଲାଗି ଦୀପରେ ପରିଣତ ହୁଅ ଅର୍ଥାତ୍‌ ନିଜ ଭିତରେ ଦୀପ ଜଳାଅ। କିନ୍ତୁ ତାକୁ ସମସ୍ତେ ଅଣଦେଖା କଲ। ଯେଉଁ ଅଳ୍ପ କିଛି ନିଜ ଭିତରେ ଦୀପ ପ୍ରଜ୍ଜ୍ବଳନ କରି ପାରିଛନ୍ତି, ଦେଖ ସେମାନେ ଶାନ୍ତ ଅଛନ୍ତି। କାରଣ ସେମାନଙ୍କ ପଥ ସେମାନଙ୍କ ନିଜ ଆଲୋକ ଦ୍ବାରା ଆଲୋକିତ ହୋଇଛି। କିନ୍ତୁ ତୁମେମାନେ ମୋର ଆଲୋକ ଉପରେ ନିର୍ଭର କରିଥିବାରୁ ଏବେ ପଥହରା ଭଳି ବୋଧ କରୁଛ। ତେଣୁ ମୋର ଗୋଟିଏ କଥା ମନେ ରଖ। ନିଜ ଭିତରେ ଥିବା ଆଲୋକକୁ ଜଳାଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe