ସୁଖୀ ନସିରୁଦ୍ଦିନ

ଗୋଟିଏ ଗାଁକୁ ଜଣେ ଅତ୍ୟନ୍ତ ପ୍ରସିଦ୍ଧ ପ୍ରବଚକ ଆସିଲେ। ତାଙ୍କୁ ଶୁଣିବାକୁ ଦୂରଦୂରାନ୍ତରୁ ଲୋକେ ଆ‌ସିଲେ। ସେମାନଙ୍କ ମଧ୍ୟରେ ଥିଲେ ଦୁଇ ଜଣ ବନ୍ଧୁ। ପ୍ରବଚକ ଅନେକ ଦିନ ଧରି ପ୍ରବଚନ ଦେଲେ ଏବଂ ବନ୍ଧୁ ଦ୍ବୟ ତାଙ୍କ ଦ୍ବାରା ଏତେ ବିମୋହିତ ହୋଇଯାଇଥିଲେ ଯେ ସବୁ ଦିନ ସେମାନେ ଶୁଣିବାକୁ ଲାଗିଲେ।
କିନ୍ତୁ ପ୍ରବଚକ ଚାଲି ଯିବା ବେଳକୁ ଦୁହିଁଙ୍କ ଭିତରେ ବିରାଟ ପରିବର୍ତ୍ତନ ଆସି ଯାଇଥିଲା। ଜଣେ ପ୍ରବଚକଙ୍କ ଜ୍ଞାନର ବ୍ୟାପ୍ତି ଓ ଗଭୀରତା ଦ୍ବାରା ପ୍ରଭାବିତ ହୋଇ ଅଧ୍ୟୟନ କରିବା ଆରମ୍ଭ କରି ଦେଇଥିଲା। କିଛି ଦିନ ପରେ ତା’ ମୁହଁରୁ ମଧ୍ୟ ଚମତ୍କାର ବାଣୀମାନ ଶୁଣାଗଲା। ଯିଏ ଯେଉଁ ପ୍ରଶ୍ନ ପଚାରିଲେ ସେ ତା’ର ତାତ୍ତ୍ବିକ ଉତ୍ତର ଦେଇ ପାରୁଥିଲା। କିନ୍ତୁ ତା’ର ବନ୍ଧୁ ଜଣକ ପୂରା ନିରବ ହୋଇଯାଇଥିଲା। ସେ ଆଉ ବିଶେଷ କାହା ସହିତ ମିଶୁ ନ ଥିଲା। ଯେଉଁ କାର୍ଯ୍ୟ କରୁଥିଲା ତହିଁରେ ବୁଡ଼ି ରହୁଥିଲା। ସେ ଯେମିତି ସମସ୍ତଙ୍କ ଭିତରୁ ଅପସରି ଯାଉଥିଲା।

ଦିନେ ପ୍ରବଚକ ଯୁବକକୁ ସେହି ଗାଁର ଜଣେ ପଚାରିଲା- ଆପଣଙ୍କ ବନ୍ଧୁଙ୍କ ଏମିତି କ’ଣ ହେଲା ସେ ସେ ଅଲଗା ପ୍ରକାର ହୋଇଗଲେ?

ସେ ପର୍ଯ୍ୟନ୍ତ ପ୍ରବଚକ ଯୁବକ ଏ ଦିଗରେ ଧ୍ୟାନ ଦେଇ ନ ଥିଲା। ସେ ତ ନିଜ କର୍ଷଣରେ ବ୍ୟସ୍ତ ରହିଥିଲା। ଏତକ ଶୁଣି ସେ ବନ୍ଧୁଙ୍କୁ ଦେଖା କରିବାକୁ ଗଲା।
ସେତିକି ବେଳେ ବନ୍ଧୁ ଜଣକ ନିଜ ଘର ବାରଣ୍ଡାରେ ବସି ଭାବନାରେ ମଗ୍ନ ହୋଇଯାଇଥିଲା। ପ୍ରବଚକ ଯୁବକ ତାଙ୍କ ପାଖରେ ବସିଲା ଓ କହିଲା- ବନ୍ଧୁ ପ୍ରବଚନ ଶୁଣିବା ପରେ ଆମେ ଦୁହେଁ ନିଜ ନିଜ ଯାତ୍ରାରେ ବାହାରିଲେ। ମୁଁ ଏବେ ଦେଖୁଛି ମୁଁ ଯେଉଁଠି ସେଇଠି ରହିଛି। ଅଥଚ ତୁମେ ପାଇବାକୁ ବସିଲଣି। ମୁଁ ଯାହା ନ ପାଇ ବି ବାଣ୍ଟିବାର ଅଭିନୟ କରୁଛି, ତୁମେ ତାହା ପାଇବାର ଉପଲବ୍‌ଧିରେ ନିରବ ହୋଇଯାଇଛ! ପ୍ରକୃତରେ ତୁମେ ହିଁ ସଫଳ ହୋଇଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe