କଥାଟିଏ-ଯାଯାବର: ନମସ୍ୟ ବ୍ୟକ୍ତି

Advertisment

କଲେଜର ବିଭାଗୀୟ ମୁଖ୍ୟଙ୍କ ଉପରେ ସମସ୍ତେ ମନେ ମନେ ବିରକ୍ତ ହେଉଥିଲେ। କାରଣ ସେ ସର୍ବଦା ରୋକଠୋକ ଭାବେ ସତ କହୁଥିଲେ ଏବ˚ ବିଭାଗର ଅଧୢାପକମାନଙ୍କ ଛୋଟ ଭୁଲ୍‌ ବି ସେ ଆବେଗହୀନ ଭାବେ ଦର୍ଶାଇ ଦେଉଥିଲେ।

କଲେଜର ବିଭାଗୀୟ ମୁଖ୍ୟଙ୍କ ଉପରେ ସମସ୍ତେ ମନେ ମନେ ବିରକ୍ତ ହେଉଥିଲେ। କାରଣ ସେ ସର୍ବଦା ରୋକଠୋକ ଭାବେ ସତ କହୁଥିଲେ ଏବ˚ ବିଭାଗର ଅଧୢାପକମାନଙ୍କ ଛୋଟ ଭୁଲ୍‌ ବି ସେ ଆବେଗହୀନ ଭାବେ ଦର୍ଶାଇ ଦେଉଥିଲେ।

foot1

କଲେଜର ବିଭାଗୀୟ ମୁଖ୍ୟଙ୍କ ଉପରେ ସମସ୍ତେ ମନେ ମନେ ବିରକ୍ତ ହେଉଥିଲେ। କାରଣ ସେ ସର୍ବଦା ରୋକଠୋକ ଭାବେ ସତ କହୁଥିଲେ ଏବ˚ ବିଭାଗର ଅଧୢାପକମାନଙ୍କ ଛୋଟ ଭୁଲ୍‌ ବି ସେ ଆବେଗହୀନ ଭାବେ ଦର୍ଶାଇ ଦେଉଥିଲେ। 
ଦିନେ ତାଙ୍କ ପତ୍ନୀ ତାଙ୍କୁ କହିଲେ- ତୁମେ ଯେହେତୁ କଠୋର ସତ କହିବାକୁ ଅଭ୍ୟାସରେ ପକାଇ ଦେଲଣି, ତୁମକୁ କେହି ଭଲ ପାଉ ନାହାନ୍ତି। 
ଉତ୍ତରରେ ବିଭାଗୀୟ ମୁଖ୍ୟ କହିଲେ- ସତ କଥା କହିବା ହେଉଛି ବଡ଼ କଥା। ତା’ ପଛକୁ ସବୁ।
ଦିନକର କଥା। କଲେଜରେ ଯୋଗ ଦେଲେ ଜଣେ ତରୁଣ ଅଧୢାପକ। ତାଙ୍କୁ ସହକର୍ମୀମାନେ ଚେତାଇ ଦେଲେ- ଭାଇ ଜଗି ରଖି ଚଳିବ। ତା’ ନ ହେଲେ ସମସ୍ତଙ୍କ ସାମନାରେ କେତେବେଳେ ଅପମାନିତ ହେବାକୁ ପଡ଼ିବ। କାରଣ ସାର‌୍‌ ସବୁ ବେଳେ ମୁହେଁ ମୁହେଁ ଅପ୍ରିୟ ସତଟି କହନ୍ତି। 
ତରୁଣ ଅଧୢାପକ କିଛି କହିଲେ ନାହିଁ। କିଛି ଦିନ ପାଠ ପଢ଼ାଇଲା ପରେ ଦିନେ ତରୁଣ ଅଧୢାପକ ବିଭାଗୀୟ ମୁଖ୍ୟଙ୍କୁ ସମସ୍ତଙ୍କ ସାମନାରେ କହିଲେ- ଆପଣଙ୍କ ପାଠ ପଢ଼ାରେ ପିଲାମାନେ ସନ୍ତୁଷ୍ଟ ନୁହନ୍ତି। ସେମାନେ ବିଷୟ ଭଲ ଭାବେ ବୁଝିପାରୁନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି। 
ବିଭାଗୀୟ ମୁଖ୍ୟ ଏହା ଶୁଣି କହିଲେ- ଯଦି ଏମିତି କଥା, ମୁଁ ପିଲାମାନଙ୍କ ସହିତ କଥା ହେବି ଓ ନିଜକୁ ସୁଧାରିବାର ଚେଷ୍ଟା କରିବି। ତୁମେ ଏ କଥାଟି ମୋ ନଜରକୁ ଆଣିଥିବାରୁ ଧନ୍ୟବାଦ। 
ତରୁଣଙ୍କ ରୋକଠୋକ କଥା ଶୁଣି କି ପ୍ରତିକ୍ରିୟା ମିଳିବ ବୋଲି ମନେ ମନେ ପ୍ରମାଦ ଗଣୁଥିବା ଅଧୢାପକମାନେ ବିସ୍ମିତ ହେଲେ। ତରୁଣ ଅଧୢାପକ ସେମାନଙ୍କୁ କହିଲେ- ଆମ ସାର‌୍‌ ଜଣେ ନମସ୍ୟ ବ୍ୟକ୍ତି। କାରଣ ସେ ରୋକଠୋକ କଥା କହିବା ସହିତ ରୋକଠୋକ ସତକୁ ଶୁଣି ପ୍ରକୃତିସ୍ଥ ରହନ୍ତି ଓ ନିଜକୁ ସୁଧାରିବା କଥା କହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe