ଛୋଟିଆ ଘର

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ଯୁବକ ବ୍ୟବସାୟ କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଏକାଧିକ ଗାଡ଼ି ରଖିଲା। ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା। ଯାହା କିଛି କରିପାରିବା କଥା, ସବୁ କରି ପକାଇଲା।
କିନ୍ତୁ ମନରୁ ଗୋଟିଏ ଭୟ ଯାଉ ନ ଥିଲା। କାରଣ ତା’ ପିଲା ବେଳେ ଦିନେ ତା’ ବାପା ତାକୁ କହିଥିଲେ, କିଛି ପାଇବୁ ଯଦି ତେବେ ତାକୁ ହରାଇବାର ଭୟ ମଧ୍ୟ ରହିବ। ତେଣୁ, ନରମ ଗଦିରେ ବି ନିଦ ହେଲା ନାହିଁ। ଦିନେ ସେ ଏ ସମସ୍ୟା ନେଇ ଜଣେ ଗୁରୁଙ୍କ ନିକଟକୁ ଗଲା।
ସବୁ ଶୁଣିବା ପରେ ଗୁରୁ କହିଲେ- ତୋର ସମସ୍ୟା ହେଲା ତୁ ବଡ଼ ଘର, ଥାଟବାଟ, ଆରାମପ୍ରଦ ଜୀବନ ସବୁ କିଛି ହାସଲ କଲୁ ସତ, କିନ୍ତୁ ତୋ ନିଜର ଗୋଟିଏ ଛୋଟିଆ ଘରଟିଏ ଅଛି ବୋଲି ପୂରା ଭୁଲିଗଲୁ। ତା’ ଉପରେ ଧୢାନ ଦେ।
ଗୁରୁଙ୍କ କଥାର ଅର୍ଥ ସେ ବୁଝିପାରିଲା ନାହିଁ।
ଗୁରୁ ବୁଝାଇ ଦେଇ କହିଲେ- ମୁଁ କହୁଛି ତୋ ନିଜ ଶରୀର ଓ ମନ ରୂପକ ଛୋଟିିଆ ଘର କଥା। ଯେଉଁ ଘରେ ତୋର ପ୍ରାଣ ରହୁଛି, ସେହି ଛୋଟିଆ ଘର ଭିତରଟା ଅଶାନ୍ତ। ନିଜକୁ ଗଢ଼ିଲା ବେଳେ ତୁ ଯଦି ତୋର ଛୋଟିଆ ଘରେ କେମିତି ଶାନ୍ତି ଆଣିବୁ, ସେ କଥା ଭାବିଥାଆନ୍ତୁ, ତେବେ ଏମିତି ଦୁଶ୍ଚିନ୍ତା ତୋ ମନରେ ଉଠନ୍ତା ନାହିଁ। ଯେଉଁମାନେ ଏ ଛୋଟିଆ ଘରର ଧୢାନ ରଖନ୍ତି ସେମାନଙ୍କ ମନରେ ଭୟ ରହେନା। କାରଣ ସେମାନଙ୍କ ଲାଗି ପାଇବା ଓ ହରାଇବା ଭିତରେ କିଛି ଫରକ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe