Advertisment

କଥାଟିଏ-ଯାଯାବର: ମଜା ଖୋଜା

Advertisment

ଗୋଟିଏ ଗଛ ମୂଳରେ ବସିଥିଲେ ମୁଲ୍ଲା ନସିରୁଦ୍ଦିନ। ଏଇ ସମୟରେ ଜଣେ ଲୋକ ସେଇ ବାଟେ ଯାଉଥିଲା। ହଠାତ୍‌ ସେ ରାସ୍ତାରେ ଅଟକି ଗଲା। ତା’ ପରେ ତଳକୁ ଚାହିଁ ରାସ୍ତା ଉପରେ ବସି ପଡ଼ି କଅଣ ଗୋଟାଏ ଗୋଟାଇଲା। ତା’ ମୁହଁ ଆନନ୍ଦରେ ଉଲୁସି ଉଠିଲା।

ଗୋଟିଏ ଗଛ ମୂଳରେ ବସିଥିଲେ ମୁଲ୍ଲା ନସିରୁଦ୍ଦିନ। ଏଇ ସମୟରେ ଜଣେ ଲୋକ ସେଇ ବାଟେ ଯାଉଥିଲା। ହଠାତ୍‌ ସେ ରାସ୍ତାରେ ଅଟକି ଗଲା। ତା’ ପରେ ତଳକୁ ଚାହିଁ ରାସ୍ତା ଉପରେ ବସି ପଡ଼ି କଅଣ ଗୋଟାଏ ଗୋଟାଇଲା। ତା’ ମୁହଁ ଆନନ୍ଦରେ ଉଲୁସି ଉଠିଲା।

ସୁଖୀ ନସିରୁଦ୍ଦିନ

ଗୋଟିଏ ଗଛ ମୂଳରେ ବସିଥିଲେ ମୁଲ୍ଲା ନସିରୁଦ୍ଦିନ। ଏଇ ସମୟରେ ଜଣେ ଲୋକ ସେଇ ବାଟେ ଯାଉଥିଲା। ହଠାତ୍‌ ସେ ରାସ୍ତାରେ ଅଟକି ଗଲା। ତା’ ପରେ ତଳକୁ ଚାହିଁ ରାସ୍ତା ଉପରେ ବସି ପଡ଼ି କଅଣ ଗୋଟାଏ ଗୋଟାଇଲା। ତା’ ମୁହଁ ଆନନ୍ଦରେ ଉଲୁସି ଉଠିଲା। ସେ ନସିରୁଦ୍ଦିନ ଆଡ଼କୁ ରାସ୍ତାରୁ ଉଠାଇଥିବା ମୁଦ୍ରାକୁ ଦେଖାଇ କହିଲା- ୟାକୁ ଯେ କହନ୍ତି ମଜା। ରାସ୍ତାରୁ ପଇସା ପାଇବା ଭଳି ମଜା ଆଉ କିଛି ନାହିଁ। ଏହା କହି ସେ ସୁସୁରି ମାରି ତା’ ବାଟରେ ଚାଲିଗଲା।
ମୁଲ୍ଲା ନସିରୁଦ୍ଦିନ ଏଇ କଥା ପଦକ ଶୁଣି ଜାଗ୍ରତ ହୋଇଗଲେ। ତାଙ୍କ ପାଖରେ ମାତ୍ର ଦୁଇଟି ମୁଦ୍ରା ଥିଲା। ସକାଳ ଜଳଖିଆ ଖାଇବା ଲାଗି ସେ ତାହା ରଖିଥିଲେ। ଲୋକଟିର କଥା ଶୁଣି ସେ ରାସ୍ତା ମଝିକୁ ଚାଲିଯାଇ ମୁଦ୍ରା ଦୁଇଟିକୁ ରାସ୍ତା ଉପରକୁ ଫିଙ୍ଗି ଦେଇ ପୁଣି ସେଗୁଡ଼ିକୁ ଗୋଟାଇଲେ ଏବ˚ ମଜା ମିଳିବ ବୋଲି ଅପେକ୍ଷା କରି ରହିଲେ। କିନ୍ତୁ ମଜା ମିଳିଲା ନାହିଁ। ଏମିତି କିଛି ଥର କରିବା ପରେ ମଜା ନ ମିଳିବାରୁ ରାଗିଯାଇ ମୁଦ୍ରା ଦୁଇଟିକୁ ସେ ଜୋରରେ ଛାଟିଦେଲେ। ଏବେ ସେ ଖୋଜି ଖୋଜି ଆଉ ମୁଦ୍ରା ଦୁଇଟିକୁ ପାଇଲେ ନାହିଁ। ସେ ମନେ ମନେ ସେଇ ଲୋକ ଉପରେ ରାଗିଗଲେ। ମଜା ଖୋଜୁଖୋଜୁ ମୁଦ୍ରା ଦୁଇଟି ହରାଇଲି ବୋଲି ଭାବି ଗଛ ମୂଳରେ ବସି ପଡ଼ିଲେ।
ଏହି ସମୟରେ ସେ ଦେଖିଲେ ସେଇ ଲୋକ ସେଇ ବାଟେ ଫେରିଲା। ତାକୁ ଅଟକାଇ ଟଙ୍କା ଗୋଟାଇବାର ମଜା ବିଷୟରେ ସେ ଜାଣିବାକୁ ବାହରିଥିବା ବେଳେ ସେ ଲୋକ ଗୋଟିଏ ବୁଦା ମୂଳକୁ ଦଉଡ଼ି ଯାଇ ଦୁଇଟି ମୁଦ୍ର‌ା ଗୋଟାଇ ନେଇ କହିଲା- ଆଜି ଭଗବାନ କି ଦୟାବାନ ସତେ? ମୋତେ କେବଳ ମଜା ଦେବାରେ ଲାଗିଛନ୍ତି! 
ମୁଲ୍ଲା ହାଁ ହାଁ କରୁ କରୁ ସେ ସେଠାରୁ ଚାଲି ଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe