ଈଶ୍ବର ଦର୍ଶନ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଜଣେ ସାଧୁ ଥିଲେ। ସେ ବହୁତ ତପସ୍ୟା କଲା ପରେ ଈଶ୍ବରଙ୍କ ବାଣୀ ଶୁଣି ପାରିଲେ ଯେ ଈଶ୍ବର ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ଏବ˚ ସେ ଚାହିଁଲେ ଈଶ୍ବରଙ୍କ ଦର୍ଶନ ପାଇପାରିବେ। ଦୈବ ବାଣୀ ପୁଣି ସ˚କେତ ଦେଲା ଯେ ଏକ ନିର୍ଦ୍ଦିଷ୍ଟ ପାହାଡ଼ରେ ଥିବା ଗୁ˚ଫା ଭିତରେ ଈଶ୍ବରଙ୍କ ଦର୍ଶନ ମିଳିବ। ବିହ୍ବଳ ସାଧୁ କାଳବିଳମ୍ବ ନ କରି ସେଠାକୁ ଚାଲିଲେ।
ଗୁୁ˚ଫା ନିକଟରେ ପହଞ୍ଚି ସେ ଦେଖିଲେ ଯେ ଗୁ˚ଫାର ଦ୍ବାର ଏକ ପଥର ଦ୍ବାରା ବନ୍ଦ ଅଛି। ସାଧୁ ଟିକିଏ ହତାଶ ଦିଶିଲେ। ତେବେ ଗୁ˚ଫାର ଦ୍ବାର ଦେଶରୁ ସେ ଡାକିଲେ- ପ୍ରଭୁ ! ପ୍ରଭୁ!
ଭିତରୁ ବଜ୍ର ଗମ୍ଭୀର କଣ୍ଠରେ ଶୁଭିଲା- ତୁମେ କିଏ?
ସାଧୁ ବିସ୍ମୟଭରା କଣ୍ଠରେ କହିଲେ- ପ୍ରଭୁ ଆପଣ ପୁଣି ଜାଣି ପାରୁ ନାହାନ୍ତି? ମୁଁ ଆସିଛି ପରା?
ଭିତରୁ ଉତ୍ତର ଆସିଲା- ତୁମେ ଏ ଯାବତ୍‌ ମୋର ଦର୍ଶନ ଲାଗି ପ୍ରସ୍ତୁତ ହୋଇନାହଁ। ପୂରା ପ୍ରସ୍ତୁତ ହୋଇ ଆସିଲେ ଦର୍ଶନ ମିଳିବ।
ସାଧୁ ପ୍ରଥମେ କିଛି ଥଳକୂଳ ପାଇଲେ ନାହିଁ। ତଥାପି ଫେରିଗଲେ। ନିଜକୁ ପ୍ରସ୍ତୁତ କରିବା ଲାଗି ଯାହା ଦରକାର ତାହା କଲେ। ଜ୍ଞାନ, ଧୢାନ, ତପସ୍ୟା, ଚିନ୍ତନ ସବୁ କିଛି କଲେ। ବର୍ଷ ପରେ ବର୍ଷ ବିତିଗଲା। ସାଧୁ ପ୍ରସ୍ତୁତି ଭିତରେ ବୁଡ଼ିଗଲେ। ତା’ ପରେ ଦିନେ ସାଧୁ ପୁଣି ଗୁ˚ଫାର ଦ୍ବାର ଆଗରେ ଛିଡ଼ା ହେଲେ।
ଏଥର ସେ କିଛି କହିଲେ ନାହିଁ। ତେବେ ଭିତରୁ ଉତ୍ତର ଆସିଲା- କିଏ ଆସିଛ?
ଏବେ ସାଧୁଙ୍କ ମୁହଁରୁ ‘ମୁଁ’ ବୋଲି ସ୍ଫୁରିଲା ନାହିଁ। ସେ କେବଳ ନିରବରେ ଭାବବିହ୍ବଳ ହୋଇ ଅଶ୍ରୁପାତ କରିବାକୁ ଲାଗିଲେ। ଏବେ ଗୁ˚ଫାର ଦ୍ବାରରୁ ପଥର ହଟିଗଲା। ଭିତରଟି ସବର୍ଣ୍ଣ ଆଲୋକରେ ଝଲସୁଥିଲା। ଗମ୍ଭୀର କଣ୍ଠରୁ ଶୁଭିଲା- ଭିତରକୁ ଆସ। ‘ମୁଁ’କୁ ହଜାଇ ଦେଇ ଆସିଥିବାରୁ ଏବେ ମୋର ଦର୍ଶନ ପାଇବ। ସ˚ପୂର୍ଣ୍ଣ ଅହ˚ ମୁକ୍ତ ନ ହେଲେ ମୋ ଦର୍ଶନ କ’ଣ ସମ୍ଭବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe