ପ୍ରକୃତ ସନ୍ଥ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ସୁଫି ସନ୍ଥ ଫିରୋଜ ଥରେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ ନେଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ସହିତ ପରିଚୟ ହେଲା। କଥାବାର୍ତ୍ତା ବେଳେ ସେ ଫିରୋଜଙ୍କୁ ପଚାରିଲେ- ଆପଣ ସୁଫି ସନ୍ଥ ଫିରୋଜ ବୋଲି ମୁଁ ଶୁଣୁଛି। ଆପଣଙ୍କ ବିଷୟରେ ଆଉ କିଛି ଜାଣିବାକୁ ଚାହେ।
ଫିରୋଜ କହିଲେ- ସତ କହିଲେ, ମୁଁ ଗୋଟାଏ ଭିକାରି। ମୁଁ ସୁଫିମାର୍ଗରେ ଥାଏ। କିନ୍ତୁ କଅଣ ହୁଏ କେଜାଣି ଅନେକ ସମୟରେ ମୋତେ ଲୋଭ ମାଡ଼ିବସେ, କ୍ରୋଧ ଓ ଈର୍ଷା ବି ମୋତେ କବ୍‌ଜା କରିପକାନ୍ତି। ବେଳେବେଳେ ଏୟା ବି ହୁଏ- ମୁଁ ଲୋକଙ୍କୁ ଯାହା କରିବାକୁ ଉପଦେଶ ଦିଏ, ମୁଁ ନିଜେ ତାହା କରେନା।
ସେହି ବ୍ୟକ୍ତି ତାଙ୍କୁ ଅଧାରୁ ଅଟକାଇ ଦେଇ କହିଲେ- ୟେ କେମିତି କଥା? ଆପଣ ପରା ଜଣେ ସନ୍ଥ?
ଫିରୋଜ କହିଲେ- ଆପଣ ମୋ’ ବିଷୟରେ ପଚାରିଲେ ବୋଲି ମୁଁ କହିଲି। ଆପଣ ଜାଣନ୍ତି ତ ବହିକୁ ଅତି ପାଖରୁ ପଢ଼ିହୁଏ ନାହିଁ। ସେମିତି ଅତି ପାଖ ହୋଇଥିବାରୁ ନିଜକୁ ନିଜେ ପଢ଼ି ହୁଏନାହିଁ। ତେଣୁ ଆମେ ଅନ୍ୟକୁ ଯେମିତି ଖୁଣ୍ଟିନାଣ୍ଟି ଦେଖୁ, ତା’ର ଦୋଷ ସବୁ ଧରିପକାଉ, ସେମିତି ନିଜର ଦୋଷ ଧରିପାରୁନା। ଆମେ କେବଳ ନିଜର ଗୁଣମାନ ଦେଖୁ। ସେିଥିଲାଗି ମୁଁ ନିଜକୁ ଦେଖିଲା ବେଳେ ଦୂରରୁ ଦେଖେ। ଟିକିଏ ଦୂରରୁ ଫିରୋଜକୁ ଦେଖିଲେ ମନରେ ଦୟା ଆସେ, ସତରେ ଫିରୋଜ କେତେ ଦୟନୀୟ, କେତେ ସାଧାରଣ, କେତେ ଦୋଷଦୁର୍ବଳତା ଭରା!
ଏବେ ସେ ବ୍ୟକ୍ତି କହିଲେ- ନା, ଆପଣଙ୍କ ଏହି ଉତ୍ତରରୁ ମୁଁ ଜାଣୁଛି ଆପଣ ହିଁ ପ୍ରକୃତ ସନ୍ଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe