କଥାଟିଏ ଯାଯାବର, ଜୀବନର ସୌନ୍ଦର୍ଯ୍ୟ

ସୁନାର ମୂଲ୍ୟ

i-love-png.com

ଖୁବ୍ ଅଳ୍ପ କାଳ ଭିତରେ ତଳ ସ୍ତରରୁ ଗୋଟିଏ ବିରାଟ କ˚ପାନିର ସର୍ବୋଚ୍ଚ ପଦଧାରୀ ହୋଇଥିବା ବିଚକ୍ଷଣ ବ୍ୟକ୍ତିଜଣକ ହଠାତ୍ ଏକ ବିଚିତ୍ର ପ୍ରକାର ଅବସାଦର ଶିକାର ହେଲେ। ଶୀର୍ଷତମ ସ୍ଥାନରେ ପହଞ୍ଚିଗଲା ପରେ ଆଉ କ’ଣ ହାସଲ କରିବାର ଥାଏ? ସୁତରାଂ, ଏକ ହତାଶା ତାଙ୍କୁ ଘାରିଗଲା। ଦିନେ ସେ ଖବର ପାଇଲେ ଯେ ଜଙ୍ଗଲ ଭିତରେ ଜଣେ ଗୁରୁଙ୍କ ଆଶ୍ରମ ଅଛି, ଯେଉଁଠି କିଛି ଦିନ ରହିଲେ ଭଲ ଲାଗିବ। ସେ ସେଠାକୁ ଯାଇ ରହିଲେ। ଆଶ୍ରମର ପରିବେଶ ତାଙ୍କୁ ଭାରି ଭଲ ଲାଗିଲା। ସେଠି ଥିବା ବେଳେ ଦିନେ ଗୁରୁ ତାଙ୍କ ସମସ୍ୟା ଶୁଣି କହିଲେ- ତେବେ ଶୁଣ, ଥରେ ଆମ ଅଞ୍ଚଳରେ ଗୋଟିଏ ଦୌଡ଼ ପ୍ରତିଦ୍ବନ୍ଦ୍ବିତା ହେଲା। ଏ ଯେଉଁ ସୁନ୍ଦର ପାହାଡ଼, ତାର ଘାଟି ଦେଇ ପ୍ରତିଯୋଗୀମାନଙ୍କୁ ଚାରି କିଲୋମିଟର ଦୌଡ଼ିବାର ଥିଲା। ପ୍ରତିଦ୍ବନ୍ଦ୍ବୀମାନେ ଦୌଡ଼ିବା ଆରମ୍ଭ କଲେ। ପୁରସ୍କାର ବିତରଣ ବେଳେ ସର୍ବଶ୍ରେଷ୍ଠ ପ୍ରତିଦ୍ବନ୍ଦ୍ବୀ ଭାରି ଖୁସି ହେଲେ। ମୁଁ ସେଠାରେ ଥିଲି। କିନ୍ତୁ ମୁଁ ଭାବୁଥିଲି ଯେ ଏ ଦୌଡ଼ରେ ପ୍ରମତ୍ତ ରହି ସେ ଏ ସୁନ୍ଦର ବନଫୁଲ ଘେରା ଘାଟି ରାସ୍ତା ଓ ପାହାଡ଼ର ଅପରୂପ ସୌନ୍ଦର୍ଯ୍ୟକୁ କ୍ଷଣେ ଉପଭୋଗ କରି ପାରିଥିବେ ତ? କାରଣ ପ୍ରତିଦ୍ବନ୍ଦ୍ବିତାରେ ଲାଗି ରହିଲେ ଦୃଷ୍ଟିର ପରିସର କମିଯାଏ। ତୁମେ କେବଳ ଗୋଟିଏ ବିନ୍ଦୁକୁ ଦେଖ। ଜୀବନର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ଅଣଦେଖା ରହିିଯାଏ। ତୁମର ଦୁଃଖର କାରଣ ହେଲା ତୁମେ ଜୀବନକୁ ଉପଭୋଗ କରିନାହଁ। କଥାଟିର ଗୂଢ଼ ମର୍ମ ବିଚକ୍ଷଣ ଭଦ୍ରଲୋକ ବୁଝିପାରିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe