ମୁଲ୍ଲା ଓ ତାଙ୍କ ବାପା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସେଇ ଗୋଟିଏ ଜ୍ଞାନ

ମୁଲ୍ଲା ନସିରୁଦ୍ଦିନଙ୍କ ବାପା ଚାହୁଁଥିଲେ ଯେ ମୁଲ୍ଲା ବଡ଼ ହୋଇ ଜଣେ ସଚ୍ଚୋଟ ଲୋକ ହୁଅନ୍ତୁ। ତେଣୁ ସେ ମୁଲ୍ଲାଙ୍କୁ ସବୁବେଳେ ବଛା ବଛା ଉପଦେଶ ଦେଉଥିଲେ। ତାଙ୍କ ପ୍ରତି ସଦାବେଳେ ନଜର ରଖୁଥିଲେ। ତଥାପି ତାଙ୍କ ମନରେ ଭୟ ରହି ଯାଉଥିବାରୁ ଜଣେ ଲୋକକୁ ଗୁପ୍ତଚର ଭଳି ମୁୁଲ୍ଲାଙ୍କ ପଛରେ ଲଗାଇ ଦେଇଥିଲେ। ତା ଠାରୁ ମୁଲ୍ଲାଙ୍କ ବାପା ଜାଣୁଥିଲେ ଯେ ପୁଅ ଠିକ ବାଟରେ ଅଛି। ଦିନକର କଥା। ମୁଲ୍ଲା ରାସ୍ତାରେ ଯାଉଥିବା ବେଳେ କିଛି ସାଙ୍ଗଙ୍କ କଥାରେ ପଡ଼ି ଜଣଙ୍କ ବାଡ଼ିରେ ପଶି ଫଳ ଚୋରି କଲେ। ଏ କଥା ଗୁପ୍ତଚରଟି ମୁଲ୍ଲାଙ୍କ ବାପାଙ୍କୁ କହିଦେଲା। ମୁଲ୍ଲାଙ୍କ ବାପା ଏ କଥା ଶୁଣି ଭୀଷଣ ଦୁଃଖିତ ହେଲେ। ତଥାପି ସନ୍ଧ୍ୟା ଯାଏ ଅପେକ୍ଷା କଲେ। କାରଣ ତାଙ୍କର ଆଶା ଥିଲା ଯେ ପିଲାଟି ବାଟ ହୁଡ଼ି ସିନା ଏପରି କରିଛି କିନ୍ତୁ ତାଙ୍କ ଆଗରେ ତା ତରଫରୁ ଦୋଷ ସ୍ବୀକାର କରି କ୍ଷମା ମାଗିବ। ତେବେ ସନ୍ଧ୍ୟାରେ ମୁଲ୍ଲାଙ୍କ ସହିତ ବାପାଙ୍କ ଭେଟ ହେଲା ପରେ ବି ମୁଲ୍ଲା ଯେତେବେଳେ କିଛି କହିଲେ ନାହିଁ ସେ ଦୁଃଖରେ ଭାଙ୍ଗି ପଡ଼ିଲେ।

ଶେଷରେ ସେ ମୁଲ୍ଲାଙ୍କୁ ଡାକି ଏ ବାବଦରେ କଡ଼ା ଭାବରେ ପଚାରିଲେ। ମୁଲ୍ଲା ଏହା ଶୁଣି କହିଲେ- ବାପା, ମୁଁ ଆପଣଙ୍କ କଥା ବୁଝୁଛି। ମୁଁ କାଲି ଯାହା କଲି ତାହା ଭୁଲ କାମ ଥିଲା। ସେଥି ଲାଗି ମୁଁ ସେଇ ଘରର ମାଲିକଙ୍କ ପାଖରେ ଦୋଷ ସ୍ବୀକାର କରି କ୍ଷମା ମାଗି ସାରିଛି। କିନ୍ତୁ ମୋତେ ଦୁଃଖ ଲାଗିଲା ଯେ ମୁଁ ଆପଣଙ୍କ ସହିତ କପଟ ଆଚରଣ କରିବା ଆଗରୁ ଆପଣ ମୋ ସହିତ କପଟ ଆଚରଣ କରିଛନ୍ତି ଓ ମୋ ପଛରେ ଗୁପ୍ତଚର ଖଞ୍ଜିଛନ୍ତି! ଆପଣ ମୋତେ ଦେଉଥିବା ଉପଦେଶକୁ ନିଜେ ଅମାନ୍ୟ କରିଛନ୍ତି!
ବାପା ଏହା ଶୁଣି ଲଜ୍ଜିତ ହେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe