ବୁଦ୍ଧି ଉଦୟ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସେଇ ଗୋଟିଏ ଜ୍ଞାନ

ଦିନେ ମୁଲ୍ଲା ନସିରୁଦ୍ଦିନଙ୍କର ଲଟେରି ଲାଗିଗଲା। ସେ ହଠାତ୍‌ କୋଟିପତି ହୋଇଗଲେ। ତେଣୁ ସେ ଗର୍ବରେ ଛାତି ଫୁଲେଇ ବୁଲିଲେ।
ମୁଲ୍ଲାଙ୍କ ପତ୍ନୀ କିନ୍ତୁ ଥିଲେ ପୂରାପୂରି ପ୍ରକୃତିସ୍ଥ। ସେ ବାରମ୍ବାର ମୁଲ୍ଲାଙ୍କୁ କହୁଥିଲେ- ମୁଲ୍ଲା, ଭାଗ୍ୟ ସବୁ ବେଳେ ବଦଳେ। ଆମେ କାଲି ଖାଇବାକୁ ମୁଠେ ପାଉ ନ ଥିଲେ ଆଉ ଆଜି କୋଟିପତି। କାଲି ହୁଏ’ତ ପୁଣି ଭାଗ୍ୟ ବଦଳି ଯାଇପାରେ।
ମୁଲ୍ଲା କିନ୍ତୁ କହୁଥିଲେ- ଦୂର‌୍‌ ମୂର୍ଖ! ଯା’, ବଡ଼ ମାଛ ଆଣ। ଭଲ କରି ତରକାରି କର। ଖାଇବି।
ଆନନ୍ଦରେ କୁରୁଳି ମାଛ ଖାଉଥିବା ବେଳେ ଏକ ବଡ଼ କଣ୍ଟା ହଠାତ୍‌ ଅଖାଡୁଆ ଭାବେ ମୁଲ୍ଲାଙ୍କ ଗଳାରେ ଲାଗି ଗଲା। ତାହା ଆଉ ବାହାରିଲା ନାହିଁ। ସବୁ ଉପାୟ ବିଫଳ ହେଲା। ଏକାଧିକ ବୈଦ୍ୟ ଆସିଲେ। କିନ୍ତୁ କଣ୍ଟା ସେମିତି ଲାଗି ରହିଲା।
ମୁଲ୍ଲା ଭାବିଲେ ଏଥର ମଲି। ଏ କଣ୍ଟା ମୋର ପ୍ରାଣ ନେବ। ଏବେ ତାଙ୍କ ମନ କଣ୍ଟା ପାଖରେ ଅଟକିଗଲା। ଯନ୍ତ୍ରଣା ଓ ମନସ୍ତାପରେ ବିକଳ ହୋଇଗଲେ।
ଏଇ ସମୟରେ ଜଣେ ପୁରୁଣା ବନ୍ଧୁ ମୁଲ୍ଲାଙ୍କ ଘରକୁ ଆସିଲେ। ମୁଲ୍ଲାଙ୍କ ଘରର ଚାକଚକ୍ୟ ଦେଖି ସେ ଅଭିଭୂତ ହୋଇଗଲେ। ମୁଲ୍ଲା ଯନ୍ତ୍ରଣାରେ ଉଃ... ଆଃ ହେଉଥିବା ବେଳେ ବନ୍ଧୁ ସେ ଆଡ଼କୁ ନଜର ନ ଦେଇ କହି ପକାଇଲେ- ମୁଲ୍ଲା ତୁମର କି ଭାଗ୍ୟ?
ମୁଲ୍ଲା ରାଗିଯାଇ କହିଲେ- ଚୁପ୍‌ କର। ଏବେ ମୁଁ ବୁଝୁଛି ଯେ ଯେଉଁମାନଙ୍କ ଗଳାରେ ମାଛ କଣ୍ଟା ଅଟକି ନାହିଁ, ସେମାନେ ହିଁ ଭାଗ୍ୟବାନ।
ମୁଲ୍ଲାଙ୍କ ବୁଦ୍ଧି ଉଦୟ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe