ମହାବୀରଙ୍କ ସିଦ୍ଧି

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ମହାବୀର ଜୈନ କ୍ରମେ ଏଭଳି ନିରାସକ୍ତ ହୋଇ ଉଠିଲେ ଯେ ତାଙ୍କୁ କୌଣସି ଚିଜ ସ୍ପର୍ଶ କଲା ନାହିଁ। ତାଙ୍କ ଶରୀରରୁ ବସ୍ତ୍ର ଖସିଗଲା। ସେ ହୋଇଗଲେ ସଂପୂର୍ଣ୍ଣ ଉଲଗ୍ନ। କିନ୍ତୁ ତା’ ପ୍ରତି ତାଙ୍କର ନିଘା ନ ଥିଲା। ଅବୋଧ, ନିଷ୍ପାପ, ନିର୍ବିକାର ଶିଶୁ ଭଳି ହୋଇଯାଇଥିଲା ମନ; ଖସିଯାଉ ବସ୍ତ୍ର ବିକାର ନାହିଁ। ମହାବୀର କହିଲେ- ସାରା ପୃଥିବୀ ମୋର ବସ୍ତ୍ର। ଦିକ୍‌ ଅମ୍ବର।
ତାଙ୍କୁ ଅନୁସରଣ କରି ଦିଗମ୍ବର ପନ୍ଥୀମାନେ ବା‌ହାରିଲେ। ସେମାନେ ବସ୍ତ୍ର ପରିତ୍ୟାଗ କରି ସଂପୂର୍ଣ୍ଣ ଉଲଗ୍ନ ରହିଲେ। ତାହା ‌େସମାନଙ୍କ ଲାଗି ଏକ ଧର୍ମୀୟ ପ୍ରଥା ହୋଇଗଲା।
ଥରେ ଓଶୋ ରଜନୀଶ ଜଣେ ଏଭଳି ମୁନିଙ୍କୁ ପଚାରିଲେ- ଆପଣ ବସ୍ତ୍ର ତ୍ୟାଗ କରିଛନ୍ତି କାହିଁକି?
ସେ ଉତ୍ତର ଦେଲେ- ମହାବୀର ସେଭଳି କରି ନ ଥିଲେ କି? ମହାବୀର ତାଙ୍କ ସାଧନାରେ ସିଦ୍ଧି ଲାଭ କରିଥିଲେ। ଆମେ ତାଙ୍କୁ ଅନୁସରଣ କରୁଁ।
ଓଶୋ ପଚାରିଲେ- ବସ୍ତ୍ର ପରିତ୍ୟାଗ ନ କରି କ’ଣ ସିଦ୍ଧି ଲାଭ ସମ୍ଭବ ନୁହେଁ? ନା ଆପଣଙ୍କ ବିଚାରରେ ବସ୍ତ୍ର ପରିତ୍ୟାଗ କରିବାର ଅର୍ଥ ସିଦ୍ଧି ଲାଭ କରିବା?
ଜୈନ ମୁନି ନିରବ ରହିଲେ।
ଓଶୋ କହିଲେ- ପ୍ରକୃତ କଥା ହେଲା ମହାବୀରଙ୍କ ମନରେ ଅପରିଗ୍ରହର ସେଭଳି ତୀବ୍ର ଭାବ ଉଦ୍ରେକ ହେଲା ବୋଲି ବସ୍ତ୍ର ଆପଣାଛାଏଁ ତଳେ ଲୋଟିଗଲା। ସେ ବସ୍ତ୍ର ପରିତ୍ୟାଗ କରି ନାହାନ୍ତି। ବସ୍ତ୍ର ତାଙ୍କ ଶରୀରକୁ ତ୍ୟାଗ କଲା। ଆପଣମାନେ କିନ୍ତୁ ବସ୍ତ୍ରକୁ ପରିତ୍ୟାଗ କରୁଛନ୍ତି। ମୋ ମତରେ ମନରେ ସେଭଳି ଭାବ ଉଦ୍ରେକ କରନ୍ତୁ, ଯେମିତି ବସ୍ତ୍ର ହିଁ ଆପଣାଛାଏଁ ତଳେ ଖସି ପଡ଼ିବ! ତାହା ହିଁ ମହାବୀରଙ୍କ ସିଦ୍ଧି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe