ସ୍ବର୍ଗ ଓ ମର୍ତ୍ତ୍ୟର କଥା

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ଧନୀ ଲୋକ ଥିଲେ। ତାଙ୍କ ପ୍ରାସାଦ ସାମ୍ନାରେ ଜଣେ ଗରିବ ଲୋକ କୁଡ଼ିଆଟିଏ କରି ରହିଥିଲା। ଧନୀ ଲୋକ ବହୁତ ଦାନଧର୍ମ କରୁଥିଲେ ଏବ˚ ଗରିବ ଲୋକଟି ବଡ଼ କଷ୍ଟରେ ଚଳୁଥିଲା। ଅନେକ ସମୟରେ ଭିକ୍ଷା ମାଗୁଥିଲା।
ଦିନେ ଏମିତି ହେଲା ଯେ ଧନୀ ଲୋକ ଏବ˚ ଗରିବ ଲୋକ ଏକାଦିନେ ମୃତ୍ୟୁବରଣ କଲେ। ଧନୀ ଲୋକଙ୍କ ଆତ୍ମାକୁ ଯମଦୂତମାନେ ନେଇଗଲା ବେଳକୁ ଦେବଦୂତମାନେ ଭିକାରିର ଆତ୍ମାକୁ ସ୍ବର୍ଗକୁ ନେଇଗଲେ। ଏହା ଦେଖି ଧନୀ ଲୋକଙ୍କ ଆତ୍ମା ଆଚମ୍ବିତ ହୋଇ ନର୍କରେ ପହଞ୍ଚିବା କ୍ଷଣି ଭୀଷଣ ଉପଦ୍ରବ କରିବା ଆରମ୍ଭ କରିଦେଲା। ସେ କହିଲା- ମୋ ପ୍ରତି ଅନ୍ୟାୟ ହୋଇଛି। ମୁଁ ସ୍ବର୍ଗକୁ ଯିବା କଥା। ମୁଁ ଦାନଧର୍ମ କରିଛି। ମୋ ଘର ସାମନାରେ ରହୁଥିବା ଭିକାରି କେବେ କାହାକୁ କିଛି ଦେଇଥିବାର ପ୍ରଶ୍ନ ନାହିଁ। ସେ ସ୍ବର୍ଗକୁ ଗଲା କେମିତି?
ଧନୀ ଲୋକଙ୍କ ଚିତ୍କାର ଶୁଣି ଯମରାଜା କହିଲେ- ଚିତ୍ରଗୁପ୍ତ ଏ ଲୋକର ପ୍ରଶ୍ନର ଉତ୍ତର ଦିଅ।
ଚିତ୍ରଗୁପ୍ତ ପାଂଜି ଖେଳାଇ ଉଭୟଙ୍କ ବାବଦରେ ଦେଖିଲେ ଓ ତା’ ପରେ କହିଲେ- ବାବୁ, ତୁମେ ବହୁତ ଦାନଧର୍ମ କରିଛ, କିନ୍ତୁ ତା’ ବଦଳରେ କୃତଜ୍ଞତା‌ ଓ ସମ୍ମାନ ଚାହିଁଛ। ଯିଏ ସେମିତି ଭାବ ନ ଦେଖାଇଲା ତୁମେ ତାକୁ ଦାନ ଦେବା ବନ୍ଦ କରି ଦେଇଛ। ଏହା ହତ୍ୟା ଅପରାଧ ଭଳି ଏକ ପାପ। ଦ୍ବିତୀୟରେ ତୁମେ ଦେଉଥିବା ଦାନ ତୁମ ସଂପତ୍ତିର ଅଣୁ ଅଂଶ ମାତ୍ର ଥିଲା। ହେଲେ ଏହି ଭିକାରି ତା’ ଜୀବନରେ ଦୁଇ ଥର ମାତ୍ର ଅଭ୍ୟାଗତଙ୍କୁ ଖାଇବାକୁ ଦେଇଛି, ଅଥଚ ତହିଁରେ ସେ ତା’ର ସେ ଦିନର ସମସ୍ତ ଆୟକୁ ଖର୍ଚ୍ଚ କରିଛି, ଅଥଚ ନିଜେ କ୍ଷୁଧାରେ ଶୋଇଛି। ଏତକ ପୁଣ୍ୟ ତାକୁ ସ୍ବର୍ଗକୁ ନେବାକୁ ଯଥେଷ୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe