ରାଜା ସନ୍ନ୍ୟାସୀଙ୍କ ଆଶ୍ରମରେ ପହଞ୍ଚି କହିଲେ- ମୋତେ ପରମ ସତ୍ୟର ଜ୍ଞାନ ଲୋଡ଼ା।
ସନ୍ନ୍ୟାସୀ କହିଲେ- ଈଶ୍ବର ତ ସେ ଜ୍ଞାନକୁ ତାଙ୍କ ସୃଷ୍ଟି ମାଧ୍ୟମରେ ଅହରହ ଝରାଇ ଚାଲିଛନ୍ତି। କେବଳ ପାନ କରି ତୃଷା ମେଣ୍ଟାଇବା କଥା! ତୁମେ ତାହା ଅନୁଭବ କରି ପାରୁନାହିଁ?
ରାଜା କହିଲେ- ନା।
ସନ୍ନ୍ୟାସୀ କହିଲେ- ତାହାର କାରଣ ଦୁଇଟି। ଈଶ୍ବର ଝରାଉଥିବା ସେହି ଜଳ ପାନ କରିବା ଲାଗି ତୁମ ହୃଦୟରେ ଏ ପର୍ଯ୍ୟନ୍ତ ତୃଷା ଅତି ପ୍ରବଳ ହୋଇନାହିଁ। ତୃଷା ପ୍ରବଳ ହେଲେ ସେହି ଝର ଆପେ ଆପେ ଦିଶିଯିବ। ଦ୍ବିତୀୟ କଥା ହେଲା ତୃଷା ପ୍ରବଳ ହେଲେ ବି ସେହି ଜଳରୁ ବିନ୍ଦୁଏ ସୁଦ୍ଧା ତୁମେ ପାନ କରି ପାରିବ ନାହିଁ, ଯେ ପର୍ଯ୍ୟନ୍ତ ତୁମ ମୁଣ୍ଡ ତଳକୁ ଝୁଙ୍କି ନାହିଁ। ତଳକୁ ନ ଝୁଙ୍କି କେହି କ’ଣ କେବେ ଝରରୁ ବହି ଯାଉଥିବା ପାଣି ପିଇ ପାରିଛି?
ଏହି କଥାବାର୍ତ୍ତା ଥିଲା ପ୍ରତୀକ ଧର୍ମୀ। ରାଜା ଥିଲେ ଗୁଣୀ। ସେ କଥାର ମର୍ମ ବୁଝି ପାରିଲେ ଓ ନିରବରେ ଫେରିଗଲେ। ପରମ ସତ୍ୟ ଜାଣିବାର ଆଗ୍ରହ ଯେତେବେଳେ ତାଙ୍କୁ ବସେଇ ଉଠେଇ ଦେଲା ନାହିଁ, ସେତିକି ବେଳେ ସେ ଜାଣି ପାରିଲେ ଯେ ସମୟ ଉପନୀତ; ତୃଷା ପ୍ରବଳ ହେଲାଣି। ଏବେ ସେ ପୁଣି ସନ୍ନ୍ୟାସୀଙ୍କ ନିକଟକୁ ବାହାରିଲେ। କିନ୍ତୁ ସେ ଆଉ ରାଜା ହୋଇ ଗଲେ ନାହିଁ। ଜଣେ ସାଧାରଣ ଲୋକ ଭଳି ଗଲେ। ମନରେ ଅହମିକା ନ ଥିଲା। କାରଣ ସନ୍ନ୍ୟାସୀ କହିଥିଲେ ଯେ ତୃଷା ପ୍ରବଳ ହେଲେ ସୁଦ୍ଧା ନ ଝୁଙ୍କିଲେ ସେ ଝରରୁ ଜଳ ପାନ କରିବା ଅସମ୍ଭବ।
ରାଜା ବୁଝିଥିଲେ ଯେ ରାଜା ହୋଇ ରହିଲେ ଝୁଙ୍କି ହେବ ନାହିଁ। ଅହମିକା କାହାକୁ ନଇଁବାକୁ ଦେଇ ନ ଥାଏ।
ସୁଧାମୃତ ପାନ ରହସ୍ୟ
Advertisment
Follow Us