ଲକ୍ଷ୍ୟ ବଦଳାଇବି ନାହିଁ

Advertisment

କଥାଟିଏ-ଯାଯାବର

କଥାଟିଏ-ଯାଯାବର

ସୁଖୀ ନସିରୁଦ୍ଦିନ

ତିନିଟି ପାହାଡ଼ ଓ ଗୋଟିଏ ମରୁଭୂମି ଟପିଲା ପରେ ପଡୁଥିଲା ଗୋଟାଏ ପବିତ୍ର ମଠ। ଗୋଟିଏ ନିର୍ଦିଷ୍ଟ ସ˚ପ୍ରଦାୟର ସାଧୁମାନଙ୍କ ଲାଗି ଏହି ମଠକୁ ଯାଇ ପ୍ରାର୍ଥନା କରିବା ଥିଲା ସର୍ବଶେଷ ଲକ୍ଷ୍ୟ। ସେଇ ସ˚ପ୍ରଦାୟର ସାଧୁମାନେ ସେମାନଙ୍କ ଜୀବନ କାଳ ଭିତରେ ଥରେ ହେଲେ କେବେ ସେଇ ମଠକୁ ଯାଉଥିଲେ। କିନ୍ତୁ ଗୋଟିଏ ଅସୁବିଧା ଥିଲା ଏୟା ଯେ ବର୍ଷର ଏକ ନିର୍ଦିଷ୍ଟ ସମୟରେ ସେଇ ମଠଟି ଖୋଲା ରହୁଥିଲା। ସେଇ ସବୁ କାରଣରୁ ତିନିଟି ପାହାଡ଼ ଓ ଗୋଟିଏ ମରୁଭୂମିର ଏ ପାଖରେ ରହୁଥିବା ଦୁଇ ସାଧୁଙ୍କ ଲାଗି ମଠରେ ପହଞ୍ଚିବା ଥିଲା ଅତ୍ୟନ୍ତ କଠିନ ବ୍ୟାପାର। ତଥାପି ସେମାନେ ସ୍ଥିର କଲେ ଯେ ମଠକୁ ଯିବେ। ସେଥିଲାଗି ବେଶ୍‌ କିଛି ମାସ ଆଗରୁ ସେମାନେ ଯାତ୍ରା ଆରମ୍ଭ କଲେ।
କିନ୍ତୁ ସେମାନେ ଯାହା ଭାବିଥିଲେ, ତା’ ଠାରୁ କାହିଁ କେତେ ଗୁଣ ଅଧିକ କଷ୍ଟକର ଥିଲା ସେ ଯାତ୍ରା। ପୁଣି ଆଉ ଏକ ସମସ୍ୟା ଥିଲା ଯେ ମଠ ବନ୍ଦ ହୋଇଯିବା ଆଗରୁ ପହଞ୍ଚିବା ଏକ ଦୁରୂହ ବ୍ୟାପାର ଭଳି ଲାଗୁଥିଲା। ମଠ ବନ୍ଦ ହୋଇଗଲେ ଏ ସ˚ପୂର୍ଣ୍ଣ ପ୍ରୟାସ ବିଫଳ ହୋଇଯିବାର ଭୟ ଥିଲା। ତେଣୁ ସାଧୁ ଦ୍ବୟଙ୍କୁ ଯାତ୍ରାର ବେଗ ବଢ଼ାଇବା ଜରୁରୀ ଥିଲା। କିନ୍ତୁ କିଛି ଦିନ ପରେ ଦେଖାଗଲା ଯେ ସେଇ ବେଗରେ ନିରନ୍ତର ଯାତ୍ରା କରିବା ଅସମ୍ଭବ ହୋଇ ପଡୁଛି। ସେମାନେ କ୍ଳାନ୍ତ ଓ ଅବସନ୍ନ ହୋଇ ପଡୁଥିଲେ।
ଏଇ ସମୟରେ ଜଣେ ସାଧୁ କହିଲେ ଏଇ ନିର୍ଦିଷ୍ଟ ସମୟ ଭିତରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଅସମ୍ଭବ। ତେଣୁ ଆମକୁ ଆଉ କିଛି ବାଟ ବାହାର କରିବାକୁ ହେବ।
ଦ୍ବିତୀୟ ସାଧୁ ପଚାରିଲେ- କି ଉପାୟ?
ପ୍ରଥମ ସାଧୁ କହିଲେ- ଆଉ କିଛି ଦୂର ପରେ ଆଉ ଏକ ମଠ ପଡ଼ିବ। ଯେଉଁମାନେ ଆମ ଭଳି ଅନେକ ଦୂରରୁ ଆସି ନିର୍ଦିଷ୍ଟ ସମୟ ଭିତରେ ମୂଳ ମଠରେ ପହଞ୍ଚି ନ ପାରନ୍ତି, ସେମାନଙ୍କ ଲାଗି ରହିଛି ଏଇ ମଠ। ଏଇ ମଠରେ ପ୍ରାର୍ଥନା କଲେ ବି ସମାନ ଫଳ ମିଳିବ। ଚାଲ, ସେଇ ମଠରେ ପ୍ରାର୍ଥନା କରି ଫେରିଯିବା।
ଦ୍ବିତୀୟ ସାଧୁ ଟିକିଏ ଅଟକି ଗଲେ ଓ କହିଲେ- ନା। ମୋ ଲକ୍ଷ୍ୟ ସ୍ଥଳ ହେଉଛି ସେଇ ମଠ। ସେଠି ନିର୍ଦିଷ୍ଟ ସମୟ ଭିତରେ ପହଞ୍ଚିବା ପାଇଁ ମୁଁ ମୋ ବେଗକୁ ଆହୁରି ବଢ଼ାଇବି। କିନ୍ତୁ ମୋ ଲକ୍ଷ୍ୟ ବଦଳାଇବି ନାହିଁ। ମଠ ବନ୍ଦ ହୋଇଗଲେ ବି ସେଠାରେ ପହଞ୍ଚି ସେଠାରୁ ଫେରିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe